କାକଟପୁର,୮/୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)କାକଟପୁର ପୋଲିସ କୁ ମିଳିଛି ବଡ଼ ସଫଳତା,ଗତମାସ ୧୭ ତାରିଖ ରେ ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଞ୍ଚାୟତ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରୀ ହୋଇଥିଲା,ଯାହାକୁ ନେଇ ବିଦ୍ୟାଳୟ ତରଫରୁ କାକଟପୁର ଥାନା ରେ ଅଭିଯୋଗ ହୋଇଥିଲା,ଏହାର ୧୫ ଦିନ ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ବିଦ୍ୟାଳୟ ନିକଟରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେlଏହି ଘଟଣା କ୍ରମାନୟ ରେ ଘଟିବାରୁ କାକଟପୁର ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଓସ୍ତପୁର ନଦୀବନ୍ଧ ଉପରୁ ବ୍ରାଉନସୁଗାର ସହିତ ୨ ଯୁବକ ଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି,ତାଙ୍କ ପାଖରୁ ୫.୫ ମି.ଗ୍ରାମ ର ବ୍ରାଉନସୁଗାର ସହିତ ୨ ଗୋଟି ମୋବାଇଲ ଫୋନ ପୋଲିସ ଜବତ କରିଛି,ଏହି ଯୁବକ ୨ ଜଣ ପୋଲିସ ହାତରେ ଧରାପଡିବା ପରେ ଜିଉଁନ୍ତି ନିକଟରେ ରାସ୍ତା ପାର୍ଶ୍ୱ ରେ ଶୁକ୍ରବାର ଦିନ ସକାଳୁ ବିଦ୍ୟାଳୟ ସାମଗ୍ରୀ ଫିଙ୍ଗାହୋଇଥିବା ଦେଖିବାକୁ ମିଳିଥିଲା,ଆଉ ଏହି ୨ ଜଣଙ୍କୁ ପଚରାଉଚରା କରିବା ପରେ ସେମାନେ ଏହି ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଚୋରୀ ସହିତ ଜଡିତ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି,ଆଉ ଏହି ଚୋରି ପଛରେ ଆଉ କିଛି ସହଯୋଗୀ ଅଛନ୍ତି ବୋଲି ପୋଲିସ କୁ ସୂଚନା ଦେଇଛନ୍ତି,ଏହାପରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏନଡିପିଏସ ଆକ୍ଟ ୨୧/ବି,କେଶ ନମ୍ବର ୨୮/୨୫ ରେ ଯୁବକ ୨ ଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ନିମାପଡା କୋର୍ଟ ଚାଲାଣ କରାଯାଇଛି,ଯୁବକ ୨ ଜଣଙ୍କ ପରିଚୟ ଓସ୍ତପୁର ଗ୍ରାମ ର ବିଭୁତି ସେନାପତି (ଭୂପତି)୩୧,ନିକଟ ଗ୍ରାମ ଖଣ୍ଡାସାହିର ରାଜେଶ ବିଶ୍ୱାଳ(୩୧),ଯାହାକୁ ନେଇ କାକଟପୁର ଥାନା ଅଧିକାରୀ ଉମେଶ ସାହୁ ସାମ୍ବାଦିକ ସମ୍ମିଳନୀ ଡକାଇ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l
Recent Comments