logo
add image
ଦୀର୍ଘ 44 ବର୍ଷର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ

ଦୀର୍ଘ 44 ବର୍ଷର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ

କାକଟପୁର,୯/୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ସ୍ନେହ,ପ୍ରେମ,ସହାନୁଭୂତି,ସମ୍ବେଦନତା,ସାଧୁତା,ନିସ୍ଵାର୍ଥପରତା,ପାରସ୍ପରିକ ବୁଝାମଣା,କରୁଣା,ବିଶ୍ୱାସ ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ କରିବାର ଏକ ନିଚ୍ଛକ ସମ୍ପର୍କ ହେଉଛି ବନ୍ଧୁତା lଏହି ପ୍ରରିପେକ୍ଷୀରେ ରବିବାର ଦିନ ନିକଟସ୍ଥ ଗଙ୍ଗାନାରାୟଣ ପୁର ସ୍କୁଲର ୧୯୮୧ ମସିହା ସପ୍ତମ ଶ୍ରେଣୀର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କୁତ୍ତାମଚଣ୍ଡୀ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି lଦୀର୍ଘ ବର୍ଷ ପରେ ନିଜ ନିଜର ପିଲାବେଳର ସ୍ମୃତି କୁ ମନେପକାଇ ପୁରାତନ ଛାତ୍ରଛାତ୍ରୀ ମାନେ ବେଶ ଭାବବିହ୍ୱଳ ହୋଇଯାଇଥିଲେ lଉକ୍ତ କାର୍ଯ୍ୟକ୍ରମକୁ ଅକ୍ଷୟ ପ୍ରସାଦ ମହାନ୍ତି,ଅଶ୍ୱିନୀ ରାଉତ,ଚନ୍ଦ୍ରିକା ଦାଶ,ପ୍ରତିମା ସ୍ୱାଇଁ, ଶକୁନ୍ତଳା ବାରିକ,ଅକ୍ଷୟ ଶତପଥୀ,ରାଜକିଶୋର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ lଏହି କାର୍ଯ୍ୟକ୍ରମ କୁ ଆଗାମୀ ବର୍ଷ ମାନଙ୍କରେ ଆହୁରି ସରସ ସୁନ୍ଦର କରିବା ପାଇଁ ନିଷ୍ପତି ନିଆଯାଇଥିଲା l

Recent Comments

Leave Comments

Top