logo
add image
ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା.

ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା.

ବାଲିଗୁଡା/୦୯/୦୨/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବନ ବିଭାଗ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡା. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ,ସମ୍ମାନିତ ଅତିଥି ଭାବେ ଭଗବତୀ ପ୍ରସାଦ ସାବତ, ଦେବବ୍ରତ ସିଂଦେଓ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ଶାନ୍ତନୁ କୁମାର ମାଝୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ପରୀକ୍ଷା ଦେବା ସହ ବାପା ମା' ଗୁରୁଜନ ତଥା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ମାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଶିକ୍ଷକ ନାଗାର୍ଜୁନ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ୟୁକୋ କ୍ଲବ, ଏନଆରସି ସାଇନ୍ସ କ୍ଲବ ଏବଂ ମେଥମେଟିକ୍ସ କ୍ଲବ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ପେନ ଉପହାର ପ୍ରଦାନ କରାଯାଇଥିଲା ।

Recent Comments

Leave Comments

Top