ରେଢ଼ାଖୋଲ/ସମ୍ବଲପୁର/ ୯ /୨ /୨୦୨୫/ (ଆଧାର ମିଡ଼ିଆ) ରେଢ଼ାଖୋଲର ମିନିଷ୍ଟାୟମ ଠାରେ ଗତ ଦୁଇଦିନ ଧରି ଚାଲିଥିବା ୨୦ତ୍ତମ ରାଜ୍ୟ ସ୍ତରିୟ ଭୀମଭୋଇ ଚାଲେଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ରବିବାର ୫ ଟାରେ ଉଯାପିତ ହୋଇଯାଇଛି।ଉଯାପିତ ସମାରୋହରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆର୍ଚ୍ଚାୟ, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ,ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନ ଏନଏସି ଇଓ ବିରଞ୍ଚି ଧାରୁଆ ଅଡିଟର ବୌଦ ରାଜନୀସେଠ ଓ ଅରୁଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲ ଓ ଜୟଦୁର୍ଗା ଏଫସି ସୁନ୍ଦରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲକୁ ୩ -1ପେନାଲଟି ଗୋଲରେ ଜୟଦୁର୍ଗା ଏଫ ସି ସୁନ୍ଦରଗଡ ଚମ୍ପିୟାନ ହୋଇଥିଲା।
ବିଜେତା ଦଳସୁନ୍ଦରଗଡ଼ କୁଟ୍ରଫି ସହ ୩୦ ହଜାର ଟଙ୍କା ରନର୍ସ ଦଳ ଫୁଲବାଣୀକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା। ଆଲୋକ ଦେହୁରୀ, ଦିଲ୍ଲୀପ ରାଉତ, ରୋଶନ ଖାନ, ପପୁନ ବେହେରା, ଓ ସୁଶୀଲ ବେହେରା ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ। ରେଢ଼ାଖୋଲ ର ଆଥ ଲେଟି କ ଆସୋସିଏସନ ର ସମ୍ପାଦକ ବିଶ୍ୱଜିତ ପଣ୍ଡା, ସହ ସମ୍ପାଦକ ପ୍ରଶାନ୍ତ ରାଉତ, ଘାସିନାଥ ସାହୁ, ରାଜୀବଲୋଚନ ପ୍ରଧାନ, ପୁଲିନ ଗିରି, ସନ୍ୟାସୀ ନାୟକ, ନରେନ୍ଦ୍ର ଦେହୁରୀ ରମେଶ ସିଂ ଆୟୋଜନରେ ସହଯୋଗ କରିଥିଲେ।
Recent Comments