କାକଟପୁର/ପୁରୀ/ ୧୦ /୨ /୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ଗତକାଲି କାକଟପୁର ମଙ୍ଗଳା ମନ୍ଦିରର ନୂତନ ପାର୍କିଂ ପଡିଆଠାରେ କାକଟେଶ୍ୱରୀ ୟୁଥ କ୍ଳବ ଦ୍ୱାରା ତିନିଦିନ ଧରି ଦିବାରାତ୍ର କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି, ସମୁଦାୟ ୧୬ ଗୋଟି ଟିମକୁ ନେଇ ଏହି ମ୍ୟାଚ ହୋଇଥିବା ବେଳେ ପ୍ରଥମେ ଲିଗ ମ୍ୟାଚ ଓ କ୍ୱାଟର ମ୍ୟାଚ ଖେଳ ହୋଇଥିଲା .୧୦ଓଭର ବିଶିଷ୍ଟ ଏହି ମ୍ୟାଚରେ ଉଜ୍ଜଳ ଆଲୋକ ସହିତ ସର୍ଟ ବାଉଣ୍ଡାରୀ ଖେଳ କରାଯାଇଥିଲା, ସେମି ଫାଇନାଲ କୁ ଚାରିଗୋଟି ଟିମ ଉତୀର୍ଣ୍ଣ ହୋଇଥିଲେ. ଦିବା ରାତ୍ର ମ୍ୟାଚ ରେ ଫାଇନାଲ ଖେଳକୁ ବଲରା ଓ ଭଣ୍ଡାଘର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭଣ୍ଡାଘର ଟିମ ୪୬ରନ କରିଥିବା ବେଳେ ବଲରା କ୍ରିକେଟ ଟିମ ୭ଓଭରରେ ତିନୋଟି ଉଇକେଟ ହରାଇ ବିଜୟର ଦ୍ୱାର ଦେଶରେ ପହଞ୍ଚି ଥିଲା, କାକଟେଶ୍ୱରୀ କ୍ଳବର ସମସ୍ତ ସଦସ୍ୟଙ୍କ ସହିତ ଦର୍ଶକମାନେ ଏହି ଖେଳକୁ ବେଶ ମନଭରି ଉପଭୋଗ କରିଥିଲେ, ଏହି ଖେଳ ଦେଖିବାକୁ ଆଖ ପାଖ ଗାଁରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତରହି ଖେଳର ମଜା ଉଠାଇଥିଲେ, ଏହି ଖେଳରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ,ରତିକାନ୍ତ ବେହେରା, ଜାହାନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ସୁମିତ୍ରା ଘୋଷ, ମଙ୍ଗଳା କ୍ରିକେଟ କ୍ଳବ ସଭାପତି ତଥା ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ ଏବଂ କାକଟେଶ୍ୱରୀ କ୍ଳବ ର ସଭାପତି ଭବାନୀ ଶଙ୍କର ଦୀକ୍ଷିତ,କାଳନ୍ଦୀ ଚରଣ ଦୀକ୍ଷିତ ଚମ୍ପିୟାନ ଦଳକୁ 17000 ଟଙ୍କା ସହିତ ସିଲଡ଼ ଓ ରନର୍ସ ଦଳକୁ 11000 ଟଙ୍କା ଓ ସିଲଡ଼ ପ୍ରଦାନ କରିଥିଲେ,କାକଟେଶ୍ୱରୀ କ୍ରିକେଟ କ୍ଳବ ତରଫରୁ ଅମପେୟାର ଭାବେ ରାଜେଶ ଦୀକ୍ଷିତ, ସତ୍ୟପ୍ରିୟ ଦୀକ୍ଷିତ କାର୍ଯ୍ୟ ନିର୍ବାହ କରିଥିବା ବେଳେ କ୍ଳବ ର ରାଜେଶ ପାଢ଼ୀ, ଦିନେଶ ଦୀକ୍ଷିତ,ସୂର୍ଯ୍ୟକାନ୍ତ ଦୀକ୍ଷିତ,ରାକନ, କାନ୍ହା, ଶିବ, ଅମୁ ଏବଂ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାକୁ ପ୍ରୟାସ ଜାରି ରଖିଥିଲେ,
Recent Comments