ଖୋର୍ଦ୍ଧା/୧୦/୦୨/୨୦୨୫/ (ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନିକଟବର୍ତ୍ତୀ ଗୋପବନ୍ଧୁ ଛକରେ ସୋମବାର ଅପରାହ୍ନରେ ନାରାୟଣୀ ନାମକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ୫ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼କୁ ଏକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା । ଯାହାଫଳରେ ଚାଳକଙ୍କ ସମେତ ୫ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୨ଶିଶୁ ଓ ୭ମହିଳା ଆହତ ହୋଇଥିବା ଜଣାପଡିଛି। ଖବର ପାଇ ବୋଲଗଡ଼ ଅଗ୍ନିଶମ ବାହିନୀ ଓ ବୋଲଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହିତ ବୋଲଗଡ଼ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ସେଠାରେ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଓ ଭୁବନେଶ୍ୱର ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ୫୭ନମ୍ବର ଜାତୀୟ ରାଜପଥ ବୋଲଗଡ଼ ଥାନା ଅଧୀନ ଦିଘିରି ଗ୍ରାମ ଠାରୁ ରାଜସୁନାଖଳା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ରେ ତ୍ରୁଟି ଓ ନିମ୍ନ ମାନର କାମ ପାଇଁ ପ୍ରତିଦିନ ବହୁ ଯାନ ବାହାନ ଦୁର୍ଘଟଣା ଘଟି ଲୋକମାନଙ୍କର ଖେୟକ୍ଷତି ହେବା ସହିତ ମୃତୁ ବରଣ କରୁଛନ୍ତି । ଏହାକୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ସହିତ ସଂଶୋଧନ ପାଇଁ ସାଧାରଣରେ ଦାବିକରୁଛନ୍ତି ।
Recent Comments