logo
add image
ବଡ଼ କୁଣ୍ଢେଇସରାରେ ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା ବାଇକ୍ ଚାଳକର ମୃତ୍ୟୁ,ଅନ୍ୟଜଣକୁ ଗରୁତ୍ବର ଅବସ୍ଥାରେ ବୁର୍ଲା ଘରୋଇ ନର୍ସିଂହୋମ୍ ରେ ଭର୍ତ୍ତି

ବଡ଼ କୁଣ୍ଢେଇସରାରେ ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା ବାଇକ୍ ଚାଳକର ମୃତ୍ୟୁ,ଅନ୍ୟଜଣକୁ ଗରୁତ୍ବର ଅବସ୍ଥାରେ ବୁର୍ଲା ଘରୋଇ ନର୍ସିଂହୋମ୍ ରେ ଭର୍ତ୍ତି

ଜମନକିରା,୧୧/୦୨(ଆଧାର ମିଡ଼ିଆ)ଜମନକିରାରୁ ଗୌଡ଼ପାଲି ପର୍ଯ୍ୟନ୍ତ ଏନ.ଏଚ ୫୩ ମରଣଯନ୍ତା ପାଲଟିଛି।ପ୍ରତିଦିନ ଏହି ରାସ୍ତା ମଝିରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି।ଗତ ୭ ତାରିଖ ସକାଳେ ନବ ବିବାହିତ ବରବଧୂ କାର ସହିତ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଦେବଗଡ଼ ସହରର ବର ବଧୂ ସମେତ କାର୍ ଭିତରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇ ଗୁରୁତର ଆହତ ହୋଇଥିଲେ।ମଙ୍ଗଳବାର ପ୍ରାୟ ୭ ଟାରେ ଏକ ପଲସର୍ ବାଇକ୍ ନଂ(ଓଡ଼ି ୨୮ ଏ ୭୬୩୪)ଦୁଇ ଜଣ ଯୁବକ ଦେବଗଡ଼ ପଟୁ ସମ୍ବଲପୁର ଯାଉଥିଲେ।ବଡ଼କୁଣ୍ଢେଇସରା ହରେନ୍ଦର୍ ଢ଼ାବା ପାର୍ଶ୍ୱରେ ଏକ ଅଜଣା ଟ୍ରକ୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ର ମୃତ୍ୟୁ ଘଟିଥିଲା।ବାଇକ୍ ପଛରେ ବସିଥିବା ଯୁବକଙ୍କୁ ଘଟଣା ସ୍ଥଳରୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଏକ ଘରୋଇ ନର୍ସିଂହୋମ୍ ରେ ଭର୍ତ୍ତି କରାଯାଇଛି।ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଜାଲିସୁଆଁ ଗାଁର ପର୍ଶୁରାମ ନାୟକଙ୍କ ପୁଅ ତନ୍ମୟ ନାୟକ (୨୬) ବୋଲି ଜଣାପଡ଼ିଛି।ଚିକିତ୍ସାଧୀନ ଥିବା ଗୁରୁତର ଆହତ ଯୁବକ  ଜାଲିସୁଆଁ ଗାଁର ଲିଙ୍ଗରାଜ ଖୁଣ୍ଟିଆ(୨୫)।ଉଭୟେ ଜାଲିସୁଆଁରୁ ବଡି ଭୋରରୁ କୌଣସି ଏକ ପରୀକ୍ଷା ଦେବା ପାଇଁ ବୁର୍ଲାକୁ ଯାଉଥିଲେ।ତେବେ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ବଡକୁଣ୍ଢେଇସରା ପାର୍ଶ୍ୱରେ ପଲସର୍ ବାଇକ୍ ଓ ଅଜଣା ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଖବର ପାଇ ଗୌଡ଼ପାଲି ଫାଣ୍ଡି ପୋଲିସ ଓ ଜନସାଧାରଣ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଲିଙ୍ଗରାଜ ଓ ତନ୍ମୟଙ୍କ ମୃତ ଦେହକୁ ବୁର୍ଲା ଡ଼ାକ୍ତରଖାନା ପଠାଇଥିଲେ। ଏ ଘଟଣାରେ ପୁଲିସ୍ କେସ ନଂ ୨୯/ତା.୧୧.୦୨.୨୦୨୫ରିଖ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତନ୍ମୟଙ୍କ ମୃତ ଦେହକୁ ବୁର୍ଲା ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ତେବେ ଏହି ରାସ୍ତାରେ କିଛି ଦିନ ମଧ୍ୟରେ ଅନେକ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ବର୍ତ୍ତମାନ ସ୍ଥିତିରେ ରାସ୍ତାଟି ମରଣଯନ୍ତା ପଲିଟି ଯାଇଛି ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।
 

Recent Comments

Leave Comments

Top