ଦେବଗଡ଼/୧୨/୦୨/୨୦୨୫/ (ଆଧାର ମିଡିଆ//ପ୍ରତାପ କିଶୋର ନାୟକ )-ଇଣ୍ଟରନେଟ ସୁରକ୍ଷା ଦିବସ ଅବସରରେ ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ସିବମଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଗଜେନ୍ଦ୍ର କୁଜୁର,ଓ ବରଣ୍ୟ ଅତିଥି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ବିଜୟ କୁମାର ମହାରଣା, ଯୋଗଦେଇ ଥିଲେ। ଅତିଥି ମାନେ ଇଣ୍ଟରନେଟ୍ ଉପକାରିତା ଓ ଅପକରିତା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଜିଲ୍ଳା ସୂଚନା ବିଜ୍ଞାନ ଅଧିକାରୀ ସିବମ, ଡିଜିଟାଲ ଆରେଷ୍ଟ, ଡିପ ଫେକ୍, ୟୁପିଆଇ ପେମେଣ୍ଟ ଠକେଇ, ସାଇବର ସୁରକ୍ଷା ତଥା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଅବଗତ କରାଇବା ସହିତ ଠକେଇରୁ ରକ୍ଷା ପାଇବା ପାଇଁ ଉପାୟ ଓ କୌଶଳ ଅବଲମ୍ବନ କରିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ଏହି ବୈଠକ ରେ ଏନ.ଆଇ. ସି. ଇଂଜିନିୟର ବିଶ୍ବରଂଜନ ବିଶ୍ୱଜିତ୍, ସତ୍ୟବ୍ରତ ନାଏକ, ଓ ଏଚ ଆର ଏମ ଏସ କୋଡିନେଟର ବନଲତା ସାହୁ, ଓ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର।
Recent Comments