logo
add image
ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକଙ୍କ ଧର୍ମପତ୍ନୀଙ୍କ ପରଲୋକ-ସମଗ୍ର ଅଞ୍ଚଳରେ ଶୋକର ଛାୟା

ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକଙ୍କ ଧର୍ମପତ୍ନୀଙ୍କ ପରଲୋକ-ସମଗ୍ର ଅଞ୍ଚଳରେ ଶୋକର ଛାୟା


ବାଲିଗୁଡ଼ା/୧୨/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ମାଳତୀ ଜେନା (୭୩)ଙ୍କ ମଙ୍ଗଳବାର ଅପରାହ୍ନରେ ସମିତି ପରିସର ବାସ ଭବନରେ ପରଲୋକ ହୋଇଛି l ଏ ନେଇ ବନବାସୀର ଅନ୍ତେବାସୀଙ୍କ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, ପୁଅ, ବୋହୁ , ନାତି ନାତୁଣୀ,ବନ୍ଧୁ ବାନ୍ଧବ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବରପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷଦର୍ଶନ କରିଥିଲେ। ତାଙ୍କ ନିଜଗ୍ରାମ ଯାଜପୁର ଜିଲ୍ଲା ବରୀ ନିକଟସ୍ଥ ଅଣିକଣା ସ୍ଥିତ ଶ୍ମଶାନ ଘାଟରେ ମାଳତୀ ଦେବୀଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।

 

Recent Comments

Leave Comments

Top