କାକଟପୁର,୧୪/୨(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ) କାକଟପୁର ଥାନା ଅଧିନସ୍ଥ ଶ୍ରୀରାମପୁର ଗାଁ ନିକଟରେ ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଷ୍ଟୋର ରୁମ ଗୃହର ତାଲା ଭାଙ୍ଗି ବୁଧବାର ବିଳମ୍ବିତ ରାତ୍ରିରେ କୋୖଣସି ଦୁର୍ବୁତ୍ତ ୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରାଶ°କୁ ଚୋରି କରି ନେଇଯାଇଛି lଖବରରୁ ପ୍ରକାଶ ବାଜପୁର ଗାଁର ବିଜୟ କୁମାର ସାହୁଙ୍କ ନବ ନିର୍ମିତ ଗୃହ କାର୍ଯ୍ୟ ଶ୍ରୀରାମପୁର ଗାଁ ନିକଟରେ ଚାଲିଥିଲା lସବୁଦିନ ଭଳି ବିଜୟ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଷ୍ଟୋର ରୁମରେ ଚାବି ପକାଇ ନିଜ ଘରକୁ ଯାଇଥିଲେ l କିନ୍ତୁ କୋୖଣସି ଦୁର୍ବୁତ୍ତ ବିଜୟଙ୍କ ଷ୍ଟୋର ରୁମ ଗୃହର ତାଲା ଭାଙ୍ଗି ଗୋଟିଏ ଜେନେଟର,ଗୋଟିଏ ପାଣି ପମ୍ପ,ଦୁଇଟି ହାଲୋଜିନି ଲାଇଟ, ବେଲଚା,ରସକୁଣ୍ଡ ୪ ଟି ସହ ବହୁ ଆସବାବ ପତ୍ରକୁ ଲୁଟି ନେଇଛି lଏସଂକ୍ରାନ୍ତରେ କାକଟପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Recent Comments