logo
add image
କଣିହାଁରେ ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

କଣିହାଁରେ ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

କଣିହାଁ/୧୪ /୨/୨୦୨୫/(ଆଧାର ମିଡ଼ିଆ )- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ସ୍ଥାନୀୟ ହଟିଂ ଏରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ଭାବେ ୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯ ରଞ୍ଜନ କୁମାର ସାହୁ, ମୁଖ୍ଯ ବକ୍ତାଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ମଙ୍ଗୁଳୁ ଚରଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପ୍ରଧାନ ଓ ସୁଜନ କୁମାର ସାହୁ , କଣିହାଁ ସରପଞ୍ଚ ରଞ୍ଜିତା ବେହେରା, ହଟିଂ ଏରିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ସେନାପତି,ସ୍ବେଛାସେବୀ ନିର୍ମଳ ସାହୁ,ଏସଏମସି ଅଧ୍ଯକ୍ଷା ଫୁଲମଣି ମୁର୍ମୁ, ସିଆରସିସି ମାନସ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମାରୋହରେ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷୟିତ୍ରୀ ନିରୁପମା ଷଡଙ୍ଗୀ ଅତିଥି ପରିଚୟ କରାଇବା ସହିତ ମଞ୍ଚ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ପରେପ ୧୭ଟି କ୍ଲଷ୍ଟରରୁ ସ୍ଥାନୀତ ହୋଇଥିବା ନିପୁଣ ଓଡିଶା ମେଳାର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଶିକ୍ଷଣ ସାଧନ ଉପକରଣ ପ୍ରଦର୍ଶନୀକୁ  ଅତିଥିମାନେ ଉଦଘାଟନ କରି ପରିଦର୍ଶନ କରିଥିଲେ। ଏହି ମେଳାରୁ ୧୮ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳାପାଇଁ ମନୋନୀତ କରାଯାଇଥିଲା। ପରେ  ଆୟୋଜିତ ପୁରସ୍କାର ବିତରଣ ସଭାରେ ଉଭୟ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ଯା ଜ୍ଞାନ ପ୍ରଦର୍ଶନୀରେ ଏଫଏଲଏନ ଗ୍ରେଡ୍ ୧, ୨ ଓ ୩ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ମୁନା ନାଏକ ପୁରସ୍କାର ବିତରଣ ସଭାକୁ ପରିଚାଳନା କରିଥିଲେ । ହାତିଆଦଣ୍ଡା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ବେହେରା  ଧନ୍ଯବାଦ ଅର୍ପଣ କରିଥିଲେ।  ଏହି କାର୍ଯ୍ୟକ୍ରମରେ ୧୭ କ୍ଲଷ୍ଟରର ସିଆରସିସି,  ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ସହଯୋଗ କରିଥିଲେ।

Recent Comments

Leave Comments

Top