logo
add image
ପୁରାତନ ସଂସ୍କୃତି ସମାଜକୁ ବିକଶିତ କରିଥାଏ l

ପୁରାତନ ସଂସ୍କୃତି ସମାଜକୁ ବିକଶିତ କରିଥାଏ l

ଖୋର୍ଦ୍ଧା/୧୫/୦୨/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ)ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବୋଲଗଡ ଶିକ୍ଷା ବ୍ଲକ  ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ସରକାରୀ ରଘୁନାଥ ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଶନିବାରଦିନ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ସ୍କୁଲ ପରିସରରେ ପ୍ରଦର୍ଶନ କରାଯାଇଛି l ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମୁନା ଖଟୁଆ ଓ ଶିକ୍ଷୟିତ୍ରୀ ହିମାଦ୍ରୀ ମହାପାତ୍ର, ମନାଲି ବାଳା ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଯମୁନା ବିର, ସରସ୍ବତୀ ସାହୁ ପ୍ରମୁଖଙ୍କ ମିଳିତ ସଂଯୋଜନାରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଲ
ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୧୫ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ଆଜିର ଆଧୁନିକ ସମାଜରେ ପୁରାତନ କଳା, ସାହିତ୍ୟ, ସଂସ୍କୃତି ଓ ଲୋକ କଳା ଇତ୍ୟାଦି ଦିନକୁ ଦିନ ଅବକ୍ଷୟ ଘଟୁଥିବାରୁ ସମାଜର ପ୍ରଥା ବିକଶିତ ହୋଇପାରୁନାହିଁ l ଓ ଛାତ୍ର ଛାତ୍ରୀମାନଙ୍କୁ ଉଚିତ କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା ପ୍ରଦାନ କରାଯାଇପାରୁ ନଥିବାରୁ ସେମାନେ ଏହାକୁ ଭୁଲିଯାଉଛନ୍ତି l ତେଣୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମାଜର ପୁରାତନ ପ୍ରଥା, କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କୁ ଆମ ସଂସ୍କୃତି ଓ ଆମ ଖେଳନା ମାଧ୍ୟମରେ ପ୍ରେରଣା ଦିଆଯାଉଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ଘଟୁଅଛି ଓ ଛାତ୍ର ଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ହେଉଅଛନ୍ତି ବୋଲି ଶିକ୍ଷୟିତ୍ରୀ ହିମାଦତ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଓ ଅଭିଭାବକ ଅଭିଭାବିକା ମାନେ ମନ ଭରି ଉପଭୋଗ କରିଥିଲେ l

 

 

Recent Comments

Leave Comments

Top