logo
add image
କଣିହାଁ ବ୍ଲକ ସାଧାରଣ ବୈଠକରେ ବିକଶିତ ଗାଁ ବିକଶିତ ଓଡିଶାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ

କଣିହାଁ ବ୍ଲକ ସାଧାରଣ ବୈଠକରେ ବିକଶିତ ଗାଁ ବିକଶିତ ଓଡିଶାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ

କଣିହାଁ/ ୧୫/୦୨/୨୦୨୫/ (ଆଧାର ମିଡ଼ିଆ)-ରାଜ୍ୟସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମକୁ ନେଇ କଣିହାଁ ବ୍ଲକ ପବିତ୍ର ମୋହନ ସଭାଗୃହ ଠାରେ  ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ବ୍ଲକଅଧକ୍ଷ ରାମକ୍ରିଷ୍ଣା ପ୍ରଧାନ ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି,ବିଡ଼ିଓ ଦେବଦତ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଲିଳ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ l କାର୍ଯ୍ୟକ୍ରମକୁ କଣିହାଁ ବ୍ଲକ ଭାରପ୍ରାପ୍ତ ଗ୍ରାମ ପଂଚାୟତ ଅଧିକାରୀ ବିଜୟ ସାହୁ ପରିଚାଳନା କରିଥିଲେ l  ମୌଳିକ ଭିତ୍ତିଭୂମି ବିକାଶ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରାଯିବା ସହ ଆଭ୍ୟନ୍ତରୀଣ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ ସହ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ କରାଯିବାକୁ ଅଭିନଵ ଭାବେ ଜନ ମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ କରାଯିବା ଲକ୍ଷ୍ୟ ରଖାଯାଇଛି l
ଏହି କ୍ରମରେ ମୁଖ୍ୟ ଅତିଥି  ଶ୍ରୀ ମହାନ୍ତି ବୈଠକ ରେ ପ୍ରକାଶ କରି ଥିଲେ, ଗ୍ରାମାଞ୍ଚଳର ବିକାଶ ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧0 ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଗ୍ରାମସଭା ଓ ପଲିସଭା ଦ୍ୱାରା ଲୋକଙ୍କ ନିଷ୍ପତିକ୍ରମେ ସ୍ଥିର ହେବା ସହିତ ପ୍ରତି ପଞ୍ଚାୟତରେ ୫0ଲକ୍ଷ ଟଙ୍କାର ରାସ୍ତା, କୋଠଘର ଏବଂ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୋଡ଼ିକ ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବ. କଣିହାଁ ବ୍ଲକର ୨୭ ଟି ପଞ୍ଚାୟତର ବିକାଶ କରାଯିବ ପାଇଁ ପଂଚାୟତ ସ୍ତରୀୟ ଗ୍ରାମସଭା ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ କର୍ଯ୍ୟ ଖସଡ଼ା ଏକ ବର୍ଷ ନିମନ୍ତେ କରାଯାଇଛି l ଏହି ଯୋଜନାକୁ ବ୍ଲକ କାର୍ଯ୍ୟାଳୟରେ ସାଧାରଣ ବୈଠକ ମାଧ୍ୟମରେ ଆଜି ଅନୁମୋଦନ କରାଯାଇଛି l ଏହି ଯୋଜନା ଗୁଡିକ ଗାଁ ଗାଁରେ କଲ୍ୟାଣ ମଣ୍ଡପ,କ୍ଷୁଦ୍ର ପର୍ଯ୍ୟଟନସ୍ଥଳ, ପୂଜାପୀଠ, ଗୋଷ୍ଠି ସଭାଗୃହ,ପିଇବାପାଣି, ରାସ୍ତା ଘାଟ, ପୋଖରୀ ଖନନ,ସମେତ ଅନେକ ଉନ୍ନୟନ କାର୍ଯ୍ୟ କରାଯିବ l ଏଥିପାଇଁ ପ୍ରତି ପଞ୍ଚାୟତ ରେ ଖସଡ଼ା ଓ ଯୋଜନା ପ୍ରସ୍ତୁତୀ କରାଯାଇଥିବା ନେଇ ପ୍ରକାଶ କରିଥିଲେ | ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Recent Comments

Leave Comments

Top