ବାଲିଗୁଡା/୧୫/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟାରେ ଜୈନକ ମାନସିକ ବିକୃତ ମହିଳା ନିଜଘରେ ନିଜେ ନିଆଁ ଲଗାଇଥିବାରୁ ଘରେଥିବା ବହୁ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁପରେ ସେ ମାନସିକ ଦୁଶ୍ଚିନ୍ତାରେ ଏକାକୀ ରହି ନିଜର ମାନସିକ ସ୍ଥିତି ହରାଇଥିଲେ l ଏପରି ସ୍ଥିତିରେ ଶନିବାର ସନ୍ଧ୍ୟାରେ ମାନସିକ ସ୍ଥିତି ଅଧିକ ହେବାରୁ ସେ ନିଜ ଘରେ ନିଜେ ନିଆଁ ଲଗାଇ ଘରର ଦାଣ୍ଡପଟୁ ତାଲାପକାଇ ବାରିଆଡୁ କେଉଁଆଡେ ପଳାଇଥିଲେ l ନିଆଁ ଲାଗିବାର କିଛି ସମୟପରେ ପଦାକୁ ଧୂଆଁ ଆସିବାରୁ ଆଖପାଖ ପଡିଶା ଘର ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଜଣାଇବାରୁ ନିଆଁକୁ ଆୟତ୍ତ କରିଥିଲେ l
Recent Comments