logo
add image
ଆଦିବାସୀ ମହାବିଦ୍ୟାଳୟରେ ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର

ଆଦିବାସୀ ମହାବିଦ୍ୟାଳୟରେ ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର

ବାଲିଗୁଡା/୧୫/୦୨/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ କାର୍ତ୍ତିକଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର ବିଷୟ ବିଶାରଦ ଭାବରେ ମଧ୍ୟକାଳୀନ ସାହିତ୍ୟ ଓ ଭଞ୍ଜ ସାହିତ୍ୟ ଉଦାହରଣ ଦେଇ ବିଶଦ ଆଲୋଚନା କରିଥିଲେ।ଏକାଡେମିକ୍ ବର୍ସର ଡ଼.ସୁଶାନ୍ତ କୁମାର ଦାସ, ଆଇକ୍ୟୂଏସି ସଂଯୋଜକ ହିମାଂଶୁଚରଣ ସାହୁ, ଇଂରାଜୀ ଅଧ୍ୟାପକ ନୀଳାଚଳ ମହାରଣା,ବିଭାଗୀୟ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ,ଅଧ୍ୟାପିକା ସ୍ନେହଲତା ମାଝୀ ପ୍ରମୁଖ ଯୋଗଦେଇ ଭଞ୍ଜ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସମେତ ରାଜନୀତି ବିଜ୍ଞାନ,ଇଂରାଜୀ ଏବଂ ଇତିହାସ ବିଭାଗର ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି  ଆଲୋଚନା ରେ ଭାଗ ନେଇଥିଲେ। ବିଭାଗ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା  ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top