ବାଲିଗୁଡା/16/02/2025/(ଆଧାର ମିଡ଼ିଆ// ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ସ୍ଥିତ କାହ୍ନା ସ୍ନାକ୍ସ ଏଣ୍ଡ ସୁଇଟସର ମାଲିକ ତଥା କ୍ଷୁଦ୍ର ବଣିକ ସଂଘର ସଦସ୍ୟ ପ୍ରଭାକର ବେହେରା (୪୬) ଙ୍କ ରବିବାର ସକାଳେ ନିଜ ବାସ ଭବନରେ ପରଲୋକ ହୋଇଛି | ଏହି ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ସମଗ୍ର ବସଷ୍ଟାଣ୍ଡ ପରିବେଶ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଏହାକୁ ସମ୍ମାନ ଜଣାଇ କ୍ଷୁଦ୍ର ବଣିକ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ lଏକାଧାରରେ ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତିଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ, ଝିଅ, ଭାଇ, ବୋହୁ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ବ୍ୟକ୍ତି, ସାଙ୍ଗ, ସାଥି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ।
Recent Comments