ବାଲିଗୁଡା/୧୬/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟରାତ୍ର ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରର କୌଣସି ଦୁର୍ବୁତ୍ତ ତାଲାଭାଙ୍ଗି ଦୋକାନରେ ପଶି ନଗଦ ୭/୮ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରୀକରି ନେଇଥିବା ବେଳେ ନୁଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ଵମ୍ବର ପାତ୍ରଙ୍କ ହୋଟେଲରୁ କିଛି ପଇସା ପତ୍ର ଓ ଜିନିଷ ପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠପଟା ଭାଙ୍ଗି କିଛି ଇଲେକ୍ଟ୍ରି ଜିନିଷ ଚୋରୀକରି ନେଇଥିବା ଜଣାପଡିଛି l ଖବରପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରୀରଖିଛି l ଖୋଦ ବାଲିଗୁଡା ଟାଉନରେ ଦିନ ହେଉ କିମ୍ବା ରାତି ହେଉ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରୁନଥିବାରୁ ଚୋରୀ, ରାହାଜାନି ସହ ଛୋଟ ବଡ଼ ଦୁର୍ଘଟଣା ମାନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l
Recent Comments