logo
add image
ସାଧାରଣ ରାସ୍ତା ଅବରୋଧ ପ୍ରତିବାଦରେ ତହସିଲ ଘେରାଉ କଲେ ଚଟୁଆ ଗ୍ରାମବାସୀ ।

ସାଧାରଣ ରାସ୍ତା ଅବରୋଧ ପ୍ରତିବାଦରେ ତହସିଲ ଘେରାଉ କଲେ ଚଟୁଆ ଗ୍ରାମବାସୀ ।

ବୋଲଗଡ/ଖୋର୍ଦ୍ଧା/୧୭/୦୨/୨୦୨୫/ (ଆଧାର ମିଡ଼ିଆ)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ ସମ୍ମୁଖରେ କଡବ ପଞ୍ଚାୟତ ଚଟୁଆ ଗ୍ରାମର ଗ୍ରାମବାସୀମାନେ ସରକାରୀ ରାସ୍ତା ଅବରୋଧ କରି ଦୁଇଟି ପରିବାର ଜବର ଦଖଲ କରି ପକ୍କାଘର ନିର୍ମାଣ କରିବାକୁ ବିରୋଧକରି ଘେରାଉ କରିଥିଲେ .ଘଟଣାରୁ ପ୍ରକାଶଯେ, ଚଟୁଆ ବଜାରଠାରୁ ଡିଙ୍ଗରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଶ୍ୱର୍ରେ ଗ୍ରାମର ବିଜୟ କୁମାର ସାହୁ ,ରତ୍ନାକର ମହାରଣା, ପ୍ରସନ୍ନ କୁମାର ସାହୁ ପ୍ରମୁଖ ଖାତା ନଂ-୩୦୮ ,ପ୍ଳଟ ନଂ-୩୭୯ ଜବର ଦଖଲକରି ରାସ୍ତାକୁ ମଡାଇ ପକ୍କାଘର ନିର୍ମାଣକରିଛନ୍ତି । ଏହା ବିରୁଦ୍ଧରେ ଦୀର୍ଘ ୨ମାସ ଧରି ବୋଲଗଡ଼ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ଓ ଜିିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୈାଣସି ପଦକ୍ଷେପ ନେଉନାହିଁ । ଏହା ବିରୁଦ୍ଧରେ ସୋମବାର ଦିନ ଚଟୁଆ ଗ୍ରାମର ସଞ୍ଜୟ କୁମାର ସାହୁ, ହେମନ୍ତ କୁମାର ସାହୁ, ବ୍ରଜ ମୁଦୁଲି, କାଶୀନାଥ ସାହୁ, ଗଦାଧର ମହାରଣା, ଗଦାଧର ମୁଦୁଲି,ସୁରେନ୍ଦ୍ର ସାହୁ,ଭରତ ମୁଦୁଲିଙ୍କ ସମେତ ବହୁଗ୍ରାମବାସୀ ତହସିଲ ସମୁଖରେ ଆନ୍ଦୋଳନ କରିଥିଲେ । ଏସଂକ୍ରାନ୍ତରେ ତହସିଲଦାର ବିଜୟ କୁମାର ସେଠୀ ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରି ଖୁବ୍ ଶିଘ୍ର ପଦକ୍ଷେପ ନେବେବୋଲି ପ୍ରତସୃତି ଦେବାପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ ।

 

Recent Comments

Leave Comments

Top