କଣିହାଁ/ ୧୭/୨/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଠାରେ ଏକ ଦିବସୀୟ ଭଲିବଲ, ୟୁଥ ଭଲିବଲ କ୍ଳବ ଡେରଙ୍ଗ ପକ୍ଷରୁ ୮ଟି ଟିମକୁ ନେଇ ରବିବାର ଖେଳ ଅନୁଷ୍ଠିତ ହୋଇ ଯାଇଛି, ଏହି ଉଦ୍ଘାଟନି ମ୍ୟାଚରେ ମ୍ୟାଚରେ ଅତିଥି ଭାବେ ଡେରଙ୍ଗ ଗ୍ରାମର ବିଛନ୍ଦ ସାହୁ,ମ୍ୟାଚକୁ ଉଦ୍ଘାଟନ କରିବା ସହିତ, ସ୍ୱତନ୍ତ୍ର ଅତିଥି ଭାବେ ଗ୍ରାମ ସଭାପତି ପ୍ରସନ୍ନ ନାଏକ,ସମ୍ପାଦକ ସୁଜିତ ସାହୁ,ପବିତ୍ର ମୋହନ ସାହୁ ,ଜୋଗେଶ୍ୱର ସାହୁ, ପୁରୁଷୋତ୍ତମ ସାହୁ,ସୁମନ୍ତ ମହାନ୍ତି, ମୂଳିଆ ସାହୁ, ସନ୍ତୋଷ ବେହେରା, ଶିବରାମ ଦାସ, କାନ୍ଦର୍ପ ବେହେରା, ବିଦ୍ୟାଧର ସାହୁ, କୁମୁଦ ସାହୁ, ମହର୍ଗା ବେହେରା, ଭଜମନ ସାହୁ, ବିଜୟ ବେହେରା,ରଞ୍ଜନ ସାହୁ, ସୁଶାନ୍ତ ସାହୁ, ନିରୋଜ ସାହୁ,ସନ୍ତୋଷ ସାହୁ, ଧର୍ମେନ୍ଦ୍ର ସାହୁ, ସୁଦର୍ଶନ ସାହୁ,ଅଜୟ ସାହୁ,ପ୍ରମୁଖ ମଂଚାସୀନ ଥିଲେ,
ପ୍ରଥମେ କ୍ଵାଟର ଫାଇନାଲ ଉଦ୍ଘାଟନୀ ମ୍ୟାଚରେ ୟୁଥକ୍ଳବ ଡେରଙ୍ଗ ଏବଂ ଭୂମିକା ହସ୍ପିଟାଲ ଅନୁଗୋଳ ସହିତ ଖେଳଆରମ୍ଭ ହୋଇଥିବା ବେଳେ ଜେଏସ ଫାଇଟର ଖାଲ ପାଳ,ସହିତ କଂସମୁଣ୍ଡା ଫାଇଟର, ଓ ପଥର ମୁଣ୍ଡା ବାଲୁଙ୍କେଶ୍ୱର କ୍ଳବ ସହିତ ,ଆୱାର ଫାଇଟର ସମ୍ୱଲପୁର ,ଓ ଶନ୍ତ୍ରରାବନ୍ଧ ଅନୁଗୋଳ ସହିତ, ଅଜିତ ଫାଇଟର ଟାକୁଆ ଖେଳିଥିଲେ, ଏହି ୮ ଟା ଟିମ ମଧ୍ୟରୁ ସେମିଫାଇନାଲକୁ, ୪ଟିଦଳ ଉତୀର୍ଣ୍ଣ ହୋଇଥିଲେ, ତଥା ଭୂମିକା ହସ୍ପିଟାଲ ଅନୁଗୋଳ ସହିତ ,ଜେଏସ ଫାଇଟର ଖାଲପାଳ ଓ ଅଜିତ ଫାଇଟର ସହିତ ପଥର ମୁଣ୍ଡା ଫାଇଟର ଖେଳିଥିଲେ,ଏହି ୪ ଟିମି ମଧ୍ୟରୁ ଫାଇନାଲ ମ୍ୟାଚ ଖେଳିଥିଲେ, ଜେଏସ ଫାଇଟର ଖାଲପାଳ ସହିତ, ଅଜିତ ଫାଇଟର ଖେଳିଥିଲେ, ଏଥିରେ,୩ ଥାକିଆ ମ୍ୟାଚ ବିଶିଷ୍ଟ ଖେଳ ହୋଇ ଥିବାବେଳେ, ଜେଏସ ଫାଇଟର ଖାଲପାଳ ଟିମ ୨ଟି ମ୍ୟାଚଜିତି ଚମ୍ପିୟାନ ହୋଇଥିଲା,
ଅଜିତ ଫାଇଟର ଉପ ବିଜେତା ହୋଇଥିଲା, ଚମ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ସହିତ ୭ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା, ୪ଜଣ ମ୍ୟାଚ ରେଫ୍ରି ଭାବେ ତପନ ପ୍ରଧାନ, ଉଦିତ ଗଡ଼ନାୟକ, ଅନିଲ ପ୍ରଧାନ, ବିଜୟ କୁମାର ବାଗ ଖେଳ ପରିଚାଳନା କରିଥିଲେ ,ଡେରଙ୍ଗ ଭଲିବଲ ୟୁଥ କ୍ଳବର ସଭପତି, ଚିତ୍ତରଞ୍ଜନ ସେଠି, ସମ୍ପାଦକ ସରତ ବେହେରା ଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ଭାବେ ଖେଳ ସମ୍ପୂର୍ଣ୍ଣ ଥିଲା ବେଳେ, କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ,ମ୍ୟାଚ ଶେଷରେ କ୍ଲବ ପକ୍ଷରୁ ଥିବା ଲଟେରୀ ଉଠାଣ ହୋଇଥିଲା, ପ୍ରଥମ ପ୍ରାଇଜ ଡେରଙ୍ଗର ସମୀର ଦେହୁରୀ,କୋଲର ଦ୍ୱିତୀୟ ପ୍ରାଇଜ ସନ୍ଦୀପ ସାହୁ ସାଇକେଲ, ତୃତୀୟ ପ୍ରାଇଜ ରାଜୁ ସାହୁ ବଡହୀର ମୋବାଇଲ ସେଟ ପାଇଥିଲେ,ଡେରଙ୍ଗର,ପୋଡ଼ସୀ ଅଞ୍ଚଳରୁ ମ୍ୟାଚ ଦେଖିବାକୁ ଶତାଧିକ ଖେଳପ୍ରେମୀ ଭିଡ଼ ଜମାଇ ଥିଲେ l
Recent Comments