ଠେଲକୋଲେଇ/ସମ୍ବଲପୁର/୧୯/୦୨/୨୦୧୫/ (ଆଧାର ମିଡ଼ିଆ)-ଠେଲକୋଲେଇ ଥାନା ଅନ୍ତର୍ଗତ ଠେଲକୋଲୋଇ ବିସ୍ଥାପିତ କଲୋନୀଠାରେ ଆଜି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି। ଛୁରା ମାଡ଼ରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଠେଲକୋଲୋଇ ବିସ୍ଥାପିତ କଲୋନୀରେ ବ୍ୟାସଦେବ ନାୟକଙ୍କ ଭଡ଼ାଘର ଅବସ୍ଥିତ। ଆଜି ପ୍ରାୟ୬ଟାରେ ଏହି ଭଡାଘରୁ କିଛିଲୋକ ରକ୍ତଛିଟା ଦେଖି ଘରମାଲିକ ବ୍ୟାସଦେବକୁ ଫୋନ କରିଥିଲେ। ଘରମାଳିକ ଆସିଦେଖିଲା ବେଳକୁ ଜଣେ ଭଡାଟିଆ ବ୍ୟକ୍ତି ଉମେଶ ପୂର୍ତ୍ତି(୩୬) ରକ୍ତ ଜୁଡ଼ୁବୁଡ଼ୁ ହୋଇ କୋଠରୀରେ ମୃତ ଅବସ୍ଥାରେ ପଡିଛି। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା କରିଥିଲେ।
ପ୍ରକାଶ ଥାଉକି ଗୋପିଥପୁର,ଝାରଖଣ୍ଡ ନିବାସୀ ଉମେଶ ପୂର୍ତ୍ତି ଦୀର୍ଘ ୯ମାସ ହେବ ଏଠାରେ ରହି ଆସୁଥିଲେ ଏବଂ ନିକଟସ୍ଥ ଜେ ଏସ ଡବ୍ଲୁ କାରଖାନାରେ ଏକ ଠିକା ସଂସ୍ଥାରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ରହୁଥିବା ସ୍ଥାନରେ ଉତ୍ତରପ୍ରଦେଶ ଅଞ୍ଚଳର ଜଣେ ବ୍ୟକ୍ତି ପ୍ରାୟ ୧୦ଦିନହେବ ରହିଆସୁଥିଲା।ଗତକାଲି ଦିଜଣ 'ବି' ସିଫ୍ଟ(ଅପରାହ୍ନ୨ରୁ ରାତ୍ର ୧୦) ଡ୍ୟୁଟିକରି ଏକାସାଥିରେ କୋଠରୀକୁ ଆସିଥିଲେ। ଆଜି ସକାଳେ ସେ ବ୍ୟକ୍ତିଜଣକ ଅନୁପସ୍ଥିତ ଥିବାରୁ ଲୋକେ ତାଙ୍କୁ ସନ୍ଦେହ କରୁଥିବାର ଦେଖିବାକୁ ମିଳିଛି।ଘଟଣା ସ୍ଥଳରୁ ସମସ୍ତ ମୋବାଇଲ ମଧ୍ୟ କିଏ ନେଇଯାଇଛି।କାଁଥ ମାନଙ୍କରେ ରକ୍ତଛିଟା ଲାଗିଛି।ପୋଲିସର କହିବା ଅନୁସାରେ ମୃତ ବ୍ୟକ୍ତିର ବେକରେ ଗଭୀର ଆଘାତ ଲାଗିଛି।ଯାହା ଫଳରେ କୌଣସି ଧାରୁଆ ଅସ୍ତ୍ରରେ ବେକରେ ଆଘାତ କରା ଯିବାର ଜଣାପଡୁଛି।ପୋଲିସ ତଦନ୍ତ ଜାରି ରଖିଛନ୍ତି।ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ଜଣାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।
Recent Comments