କଣିହାଁ/ ୧୯/0୨/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲା କଣିହାଁ ବ୍ଲକ ବଡହୀରା ଗ୍ରାମର କଲ୍ୟାଣୀପୁର ଆମ୍ବ ତୋଟାଠାରେ ଡେରାଙ୍ଗ ପଞ୍ଚାୟତର ଶୁଣ୍ଢି ସମାଜର ୪୮ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶୁଣ୍ଢି ସମାଜର ସଭାପତି ମୂଳିଆ ସେନାପତିଙ୍କ ସଭାପତିତ୍ୱରେ ,ଏକ ବୈଠକ ହୋଇଥିଲା, ଏଥିରେ ପ୍ରଥମେ ସମାଜର ପୂର୍ବରୁ ଇହଧମ ତ୍ୟାଗ କରିଥିବା ବ୍ୟକ୍ତି ମାନଙ୍କ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ୧ ମିନିଟ ନିରବ ପ୍ରାଥନା କରାଯାଇ ,ସଭା ଆରମ୍ଭ ହୋଇ ଥିଲା, ପ୍ରଥମେ ସଭାପତି ଓ ସମ୍ପାଦକ ଓ କମିଟି ମେମ୍ବର ମାନଙ୍କୁ ଉପଢ଼କନ ଦେଇ ସନ୍ମାନିତ କରିବା ସହିତ ସମାଜର ସମସ୍ତ ୧୮୨ ଜଣ ଶସ୍ୟଙ୍କୁ ଉପଢ଼କନ ଦେଇ ସନ୍ମାନିତ କରାଯାଇଥିଲା l ପରେ ସମ୍ପାଦକ ଯୋଗେଶ୍ୱର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ, ବାର୍ଷିକ ଆୟ ବ୍ୟୟର ହିସାବ ପ୍ରଦାନ କରି ଥିଲେl
ଶୁଣ୍ଢି ସମାଜର ଭାଇ ଚାରାକୁ କିଭଳି ବଜାୟ ରଖିବା ସହିତ ସମାଜର ଶିକ୍ଷା, ନିଯୁକ୍ତି, ସ୍ୱାବଲମ୍ବୀହେବା,ସହିତ ସାମାଜିକ ଓ ଆର୍ଥିକ ପ୍ରଗତି ସହିତ ଅନ୍ୟକୁ ସାହାଯ୍ୟ ସହଯୋଗ କରିବାର ମନବୃତ୍ତିକୁ ସୁଦୃଢ଼ କରିବା ନିତି ନିୟମ ଉପରେ ଆଲୋଚନା ହୋଇଥିଲା,
ସୁସ୍ଥ ସମାଜର ଗଠନ ମୂଳକ ଆଲୋଚନା ରେ, ପରିମଳ, ବ୍ୟବସ୍ତା, ନିଶାଠାରୁ ଦୁରେଇ ରହିବା, ଅସହାୟ ପରିବାରକୁ ସାହାଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା.ସମାଜର ୧୮୨ ପରିବାର ସଦସ୍ୟ ବୈଠକରେ ସାମିଲ ନିଜର ସୁଚିନ୍ତିତ ମତା ମତ, ପ୍ରଦାନ କରିଥିଲେ l ପରେ ପୂର୍ବତନ କମିଟର ଧାର୍ଯ୍ୟ ଟାଇମ ସିମା ,ପୁରୀ ଯାଇଥିବାରୁ ସଭାପତି, ସମ୍ପାଦକ ଓ କମିଟି ମେମ୍ବରଙ୍କୁ ସମାଜ ପକ୍ଷରୁ ସୁଭେତ୍ସା ଜଣାଇବା ସହିତ, ନୂତନ କମିଟି ଗଠନକରି, ସଭାପତି ଭାବେ ଇନ୍ଦ୍ର ମଣି ସାହୁ, ସମ୍ପାଦକ ଭାବେ ଦୁଃଶାସନ ସାହୁ ଓ କମିଟି ମେମ୍ବର,ଦିଲେଶ୍ଵର ସାହୁ, ମୋହନ ଚନ୍ଦ୍ର ସାହୁ, ହରି ସାହୁ,ବିଦ୍ୟାଧର ସାହୁ, ଶଙ୍କରଷଣ ସାହୁ,ଭଜମନ ସାହୁ,ପ୍ରସାଦି ସାହୁ, ଗାଲେଖ ସାହୁ, ଅଥାନି ସାହୁ,ଏହି ନୂତନ କମିଟି ଚୟନ କରାଯାଇ ଥିଲା,ବୈଠକରେ ନୂତନ କମିଟିଙ୍କୁ ,ପୂର୍ବତନ କମିଟି ଶୁଣ୍ଢି ସମାଜର ଆବଶ୍ୟକ ନଥିପତ୍ର ହସ୍ତାନ୍ତର କରିଥିଲେ ଲ
ସମାଜ ପକ୍ଷରୁ ବୁଦ୍ଧଦେବ ସାହୁ, ମଦନ ସାହୁ, ଦୁଃଶାସନ ସାହୁ,ସୁନ୍ଦର ମଣି ସାହୁ,ବିଭୁତି ସାହୁ, ବିନୋଦ ସାହୁ, ହରମୋହନ ସାହୁ, ନୀଳମଣି ସାହୁ, ପରମା ନନ୍ଦ ସାହୁ, ପବିତ୍ର ମୋହନ ସାହୁ, କବି ସାହୁ, ଧୂର୍ଵଚରଣ ସାହୁ, ମୂଳିଆ ସାହୁ, କୁମୁଦ ସାହୁ, ସୁରେଶ ସାହୁ, ନିରୋଜ ସାହୁ, ନିରାକାର ସାହୁ ବେଣୁଧର ସାହୁ, ରବିନାରାୟଣ ସାହୁ,ସନାତନ ସାହୁ, ଅନିଲ ସାହୁ,ମୁରଲୀ ଧର ସାହୁ, ଅଶୋକ ସାହୁ,ବିଜୟ ସାହୁ,ନରୋତ୍ତମ ସାହୁ, ନରେଶ ସାହୁ,ଙ୍କ ସହିତ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ, ଶେଷରେ ସାଢେ ୨ ଟାରେ ବଣ ଭୋଜିର ବ୍ୟବସ୍ଥା ହୋଇଥିବା ଜଣାପଡିଛି l
Recent Comments