logo
add image
ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ ବ୍ଲକ ଟପରହେଲେ ରଜତରାଜ।

ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ ବ୍ଲକ ଟପରହେଲେ ରଜତରାଜ।

କାକଟପୁର/୨୦/୦୨/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଅଶିଜଙ୍ଗା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ରଜତରାଜ ବେହେରା ଓଡିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ନିମନ୍ତେ ପରୀକ୍ଷାରେ ସର୍ବାଧିକ ୫୨ ନମ୍ବର ରଖି କାକଟପୁର ବ୍ଲକରେ ଟପର ହୋଇଛନ୍ତି l ରଜତ  ଅସିଜଙ୍ଗା ଗ୍ରାମର ସ୍ୱର୍ଗତ ମାଧବାନନ୍ଦ ବେହେରା( ରାଜ୍ୟପାଳ ପୁରସ୍କୃତ ଶିକ୍ଷକ) ଙ୍କ ନାତି ଅଟନ୍ତି। ଏହି କୃତକାର୍ଯ୍ୟ ପାଇଁ ସେ ପ୍ରଥମେ ତାଙ୍କର ଗାଇଡ ଶିକ୍ଷୟତ୍ରୀ ମଧୁସ୍ମିତା ,ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ,ଜେଜେମା ଓ  ପିତା ମାତାଙ୍କୁ ଶ୍ରେୟ ଦେଉଥିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କର କୃତକାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସହପାଠୀ ତଥା ବନ୍ଧୁ ବାନ୍ଧବ ମନରେ ଆନ୍ଦରର ଲହରୀ ଖେଳିଯାଇଛି, ବନ୍ଧୁ ବାନ୍ଧବଙ୍କର ଆଶା ପୁଅ ନିଶ୍ଚୟ ଅଜାଙ୍କର  ନାଁ ରଖିବା ସହିତ ବଂଶ ପରମ୍ପରାର ନାଁ ରଖିବ ବୋଲି ପିଉସା ଓ ପିଉସୀମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି

Recent Comments

Leave Comments

Top