ପଦ୍ମପୁର/ବରଗଡ/୨୦/୨/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତତ ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମନର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ' ଫର୍ଟିଚିଉଡ଼'ର ଦ୍ଵିତୀୟ ପର୍ଯ୍ୟାୟ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ପିଲା ଓ ତାଙ୍କ ପିତା ମାତାଙ୍କର ଶଙ୍କା ନିବାରଣ କରୁଛନ୍ତି। ପ୍ରତି ପରୀକ୍ଷାର ପୂର୍ବଦିନ ବିଷୟ ଶିକ୍ଷକ ତଥା ଶିକ୍ଷୟିତ୍ରୀ ପିଲାମାନଙ୍କ ଘରକୁ ଯାଇ ପିଲାଙ୍କର ସନ୍ଦେହ ମୋଚନ କରିବେ। କାଲି ଓଡ଼ିଆ ଥିବାରୁ ଓଡ଼ିଆ ଶିକ୍ଷୟତ୍ରୀ ରବିନା ପଧାନ ଓ ଖୁସବୁ ବରିହା ପିଲାଙ୍କ ଘର କୁ ଯାଇ ସେମାନଙ୍କର ଭୟ ଦୂର କରିବା ସହିତ ବିଷୟାଗତ ସନ୍ଦେହ ମୋଚନ କରିଥିଲେ । ଛାତ୍ରୀ ମାନଙ୍କ ପିତା ମାତା ତଥା ଅଭିଭାବକ ମାନଙ୍କ ତରଫରୁ ବିଦ୍ୟାଳୟର ଏହି ଅଭିନଵ ପ୍ରୟାସକୁ ସ୍ୱାଗତ କରାଯାଇଛି ଓ ଏହା ସମାଜରେ ସରକାରୀ ବିଦ୍ୟାଳୟ ପ୍ରତି ସକାରାତ୍ମକ ଭାବନା ବଢ଼ାଉଛି ବୋଲି ମତ ପ୍ରକାଶ ପାଉଛି । ଏହି କାର୍ଯ୍ୟକ୍ରମ ପରୀକ୍ଷାର ଶେଷଦିନ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Recent Comments