logo
add image
ବିହାରକୁ ୪-୧ ଗୋଲରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ

ବିହାରକୁ ୪-୧ ଗୋଲରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ

ସୋନପୁର/୧୮/୦୨/୨୦୨୫/ (ଆଧାର ମିଡ଼ିଆ)-ରାମଧୁନ କପ ସର୍ବଭାରତୀୟ ଫୂଟବଲ ଚାମ୍ପିୟନ ସିପ -୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ଦ୍ଵିତୀୟ ମ୍ୟାଚ ବିହାର ଦଳ ଓ ଭୁବନେଶ୍ଵର ଜଗା ୟୁନାଇଟେଡ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଆଜିର ମ୍ୟାଚ୍ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ,ବକ୍ସର ବିହାର ଦଳର ଫ୍ରାଞ୍ଚାଇଜ୍ ଚନ୍ଦ୍ରମା ମୋଟର୍ସ ପ୍ରୋପାଇଟର ଶ୍ରୀ ପ୍ରଶାନ୍ତ ବାବୁ, ଭୁବନେଶ୍ଵର ଜଗା ୟୁନାଇଟେଡ ଦଳର ଫ୍ରାଞ୍ଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଶ ଅଗ୍ରୱାଲା, ଟ୍ରାକ୍ଟର ଅସୋସିଏସନ୍ ସଭାପତି କୋଶୋଳେଶ୍ୱର ବହିଦାର, ଉପଦେଷ୍ଟା ବୈକୁଣ୍ଠ ଶତପଥି, ଭେଟେରାନ ଫୁଟବଲର ଆଶାରାମ ନାଏକ, ସରୋଜ ଦାଶ, ମନୋଜ୍ ବାଗ, ବିଶ୍ଵାମିତ୍ର ନାଏକ୍, ତ୍ରିଲୋଚନ ଷlଣ୍ଢ, ବାବୁଲା ବେବର୍ତ୍ତା ,ପୁରୋଷୋତ୍ତମ୍ ପାଣିଗ୍ରାହି ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ଲ
ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ସୁଜିତ୍ ରାଜହଂସ, ଜିତୁ ପାତ୍ର ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗ କରିଥିଲେ l ପ୍ରବୁଦତ୍ତ  କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ଵର ଜଗା ୟୁନାଇଟେଡ ଦଳ ର ରକୀ ଓରାମ ଙ୍କୁ ପୁରସ୍କୃତ କରା ଯାଇଛି l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵା ବଧlନ ରେ ଅନୁଷ୍ଟିତ ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ହଜାର ଦର୍ଶକ  ଖେଳକୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁରର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Recent Comments

Leave Comments

Top