କଣିହାଁ/୨୦।୨/୨୦୨୫/ (ଆଧାର ମିଡ଼ିଆ)-ତାଳଚେର ପ୍ରଜାମଣ୍ଡଳର ପୁରାଧା ସ୍ୱାଧୀନତା ସଂଗ୍ରାମୀ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କର ୧୦୮ ତମ ବାର୍ଷିକ ଜନ୍ମଜୟନ୍ତୀ କଣିହାଁ ପ୍ରଜାମଣ୍ଡଳ ଭବନଠାରେ ଗୁରୁବାର ବିଚ୍ଛନ୍ଦ ଚରଣ ପ୍ରଧାନ ସ୍ମୃତି କମିଟି, କଣିହାଁ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଅପରାହ୍ନରେ ସ୍ମୃତି କମିଟିର ସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ କଣିହାଁ କୋଇଲା କ୍ଷେତ୍ର ପ୍ରବନ୍ଧକ ତଥା ସାହିତ୍ୟିକ ଦିନେଶ କୁମାର ମାଳି,ସମ୍ମାନୀତ ଅତିଥି ଭାବରେ କଣିହାଁ ପଂଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଶ୍ବରଂଜନ ପ୍ରଧାନ, ଇଁ ଧନେଶ୍ଵର ସାହୁ, ସରପଞ୍ଚ ବୃନ୍ଦାବନ ପ୍ରଧାନ ପ୍ରମୁଖ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ ,ଆଜନ୍ମ ବିପ୍ଲବୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ l ମୁଖ୍ୟ ଅତିଥି କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମାଳି ଓ ଅନ୍ୟାନ୍ୟ ଅତିଥି ଗଣ ସଂଗ୍ରାମି ବିଛନ୍ଦ ଚରଣ ପ୍ରଧାନଙ୍କ ସ୍ମୃତି ଚାରଣ କରିବାସହ ସଂଗ୍ରାମୀ ଜୀବନ ଓ ଦୈନଦିନ ଜୀବନ ଉପରେ ଆଲୋଚନା କରି ତାଙ୍କର ଜିବନାଦର୍ଶକୁ ସମସ୍ତେ ଅନୁସରଣ କରିବାକୁ ଆହ୍ବାନ କରିଥିଲେ ।
ଉତ୍ସବରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ସ୍ମରଣିକା " ପ୍ରଣାମ ସଂଗ୍ରାମୀ" ଉନ୍ମୋଚନ କରାଯାଇଥିଲା । ଉତ୍ସବରେ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ, କଣିହାଁ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧିପ୍ରସାଦ ସାହୁ ସ୍ୱାଗତ ଭାଷଣ, ପୂର୍ବତନ ସମିତିସଭ୍ୟ ନିର୍ମଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସ୍ଵାଧିନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟର ସଭାପତି ବିନାୟକ ପ୍ରଧାନ , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଦିଲ୍ଲୀପ କୁମାର ପ୍ରଧାନ, ଦେବେନ୍ଦ୍ର ବାରିକ , ଅଭିନ ପ୍ରଧାନ, ସାମ୍ୱାଦିକ ରଞ୍ଜନ ମିଶ୍ର , ଅଲେଖ ଭୂତିଆ, ନୀଳକଣ୍ଠ ବେହେରା, ମହେଶ୍ୱର ନାଏକ, ପ୍ରମୁଖ ଅନେକ ବୁଦ୍ଧିଜିବି ଉପସ୍ଥିତ ଥିଲେ l
Recent Comments