କଣ୍ଟାମାଳ,୨୧/୨(ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରହିତ)ମନମୁଣ୍ଡା ଥାନା ପୋଲିସ।ପୂର୍ବରୁ ଗଞ୍ଜେଇ ମାମଲାରେ ଜବତ ହୋଇଥିବା ଗାଡିକୁ ପୋଲିସ ବ୍ୟବହାର କରୁଥିବା ନେଇ ଆସିଛି ସଂଗୀନ ଅଭିଯୋଗ।କେବଳ ସେତିକି ନୁହେଁ ଗାଡିର ନମ୍ବର ପ୍ଲେଟରେ ଷ୍ଟିକର ମାରି ବ୍ୟବହାର କରାଯାଉଛି।ଜାନୁଆରୀ ୯ରେ ଶାରଧାପାଲି ଗାଁ ନିକଟରୁ ଗଞ୍ଜେଇ ସହିତ ଜବତ ହୋଇଥିଲା ପିକଅପ୍ ଭ୍ୟାନ୍।ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ ଟିଲାଟିଙ୍ଗା ଗ୍ରାମ ନିକଟରୁ ୫ କ୍ବିଣ୍ଟାଲ ଗଂଜେଇ ଜବତ କରିଥିଲା ସେହି ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବା ପରେ ଜବତ କରି ଥାନାକୁ ଆଣି କାଗଜପତ୍ର କରା ଯାଇଥିଲା lଜବତ୍ ଗଞ୍ଜେଇକୁ କଣ୍ଟାମାଳ କୋର୍ଟରେ ପ୍ରଦର୍ଶନ ପାଇଁ ନେବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।କଣ୍ଟାମାଳ କୋର୍ଟକୁ ପ୍ରଦର୍ଶନ ପାଇଁ ଗଂଜେଇ ଯେଉଁ ଗାଡ଼ିରେ ପରିବହନ କରାଯାଇଛି ତାହା ପୋଲିସ୍ ଗାଡି କିମ୍ବା କୌଣସି ଭଡା ଗାଡ଼ିରେ ପରିବହନ କରାନଯାଇ ଗଂଜେଇ ଚାଲାଣ ମାମଲାରେ ଗତ ଜାନୁଆରୀ ୯ ତାରିଖ ଦିନ ଶରଧାପାଲି ଗାଁ ନିକଟରୁ ଜବତ ହୋଇଥିବା ପିକଅପ ଭ୍ୟାନ OD03Y3984 ଗାଡ଼ିରେ ପରିବହନ କରୁଥିବା ଦେଖିବାକୁ ମିଳିଛି lଏଥିସହିତ ଜବତ ଗାଡ଼ିର ଆଗ ଓ ପଛରେ ଥିବା ନମ୍ବର୍ ପ୍ଲେଟରେ ଷ୍ଟିକର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି।ସେହି ଗାଡ଼ିରେ ଜଣେ ଶ୍ରମିକଙ୍କୁ ଗାଡ଼ି ଡାଲାରେ ଗଞ୍ଜେଇ ବସ୍ତା ଉପରେ ଅତି ବିପଦଜନକ ଅବସ୍ଥାରେ ବସାଇ ନେଉଥିବା ଦେଖିବାକୁ ମିଳିଛି lତେବେ ପୋଲିସ କିଭଳି ବେନିୟମ ଭାବେ ଖୁଲମଖୁଲା ଜବତ ଗାଡ଼ିକୁ ବ୍ୟବହାର କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।
Recent Comments