logo
add image
ଜିଆଇଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ ବାର୍ଷିକ ଫେଷ୍ଟସ୍ପନ୍ଦନ ଅନୁଷ୍ଠିତ

ଜିଆଇଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ ବାର୍ଷିକ ଫେଷ୍ଟସ୍ପନ୍ଦନ ଅନୁଷ୍ଠିତ

ଗୁଣୁପୁର/୨୧/୨/୨୫/ (ଆଧାର ମିଡ଼ିଆ) ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟର ସ୍କୁଲଅଫ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଦୁଇଦିନିଆ ବାର୍ଷିକ ମ୍ୟାନେଜମେଣ୍ଟ ଫେଷ୍ଟ ସ୍ପନ୍ଦନ -୧.୦ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମେଗା ଅଡ଼ିଟରୀୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଡେଲୋଇଟ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଆଦିତ୍ୟ ବଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନୂତନ ବ୍ୟବସାୟିକ ପରିକଳ୍ପନା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବେଙ୍ଗୋଲୋର ସ୍ଥିତ ଫାର୍ଷ୍ଟସୋର୍ସ କମ୍ପାନୀର ସହ ନିର୍ଦ୍ଦେଶକ ପୀୟୂଷ ରଞ୍ଜନ ପୃଷ୍ଟି ଓ ସାର୍ଟିଫାଏଡ୍ କର୍ପୋରେଟ୍ ପ୍ରଶିକ୍ଷକ ଅବିନାଶ ସୂତର ଯୋଗଦେଇ ଦକ୍ଷତା ବିକାଶ ବିଷୟରେ କହୁଥିଲେ। ବିଶ୍ଵ ବିଦ୍ୟାଳୟର କୁଳପତି ଡ଼.ଏ ଭି ଏନ୍ ଏଲ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତରେ କିପରି ସ୍ବାବଲମ୍ବୀ ହୋଇପାରିବେ ତାହା ଉପରେ କହିଥିଲେ। ବିଭାଗର ମୂଖ୍ୟ ଡ ସୌମେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସହ ବିଭାଗୀୟ ମୁଖ୍ୟ ଦେବାଶିଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ସକାଳେ କ୍ୟାମ୍ପସ ପରିସରରେ ଏକ ମାରାଥନ କରାଯାଇଥିବାବେଳେ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ କୃତୀ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Recent Comments

Leave Comments

Top