logo
add image
ପାଇକମାଳ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା

ପାଇକମାଳ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା

ପାଇକମାଳ/ବରଗଡ/୨୨ /୦୨ /୨୫/ (ଆଧାର ମିଡ଼ିଆ//ବିଦ୍ୟାଧର ସାହୁ )-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟ।ଳୟରେ ଖପର।ଖୋଲକୁ ବଦଳି ହୋଇଥିବା ବିଇଓ ଚୂଡ଼ାମଣି ବାରିକଙ୍କୁ ପାଇକମାଳ ମାଧ୍ୟମିକ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା  ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଛାତ୍ର ଛାତ୍ରୀମାନେ ବିଦୟ ସଙ୍ଗୀଟ ଗାନ କରିଥିଲେ। ଏ ବି ଇ ଓ ରାଧେଶ୍ୟାମ ମେହେର, ଧଳେନ୍ଦ୍ର ବାରିକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ହୃଦାନନ୍ଦ ଭୋଇ ମଞ୍ଚାସୀନ ଥିଲେ।ପ୍ରଧାନ ଶିକ୍ଷକ ରାଜକୁମାର ସ୍ୱାଇଁ,ପ୍ରଫୁଲ୍ଲ କୁମାର ସାହୁ, ଦୈତାରି ବିଶ୍ବାଳ, ଭୀଷ୍ମଦେବ ପ୍ରଧାନ,ଯତୀନ୍ଦ୍ର ଦୀପ,ବବିତା ବେହେରା ସଭାରେ ବକ୍ତବ୍ୟ ରଖିଥିଲେ। ବିଦାୟୀ ବାରିକଙ୍କୁ  ପୁଷ୍ପଗୁଚ୍ଛ , ମୁକୁଟ ,ଫୁଲହାର ଓ ଉତ୍ତରୀୟ ଓ ଫଳଦାନ କରି ବ୍ଲକ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଘୋଷ ବାଦ୍ୟ ବାଦନ କରି ଶୋଭାଯାତ୍ରାରେ ବିଦାୟ ଦିଆ ଯାଇଥିଲା।ସାମ୍ବାଦିକ ବଡ଼ ଶତପଥୀ ଓ ସୁରଥ କୁମାର ସାହୁ ଙ୍କ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।ପ୍ରମୋଦ କୁମାର ପ୍ରଧାନ,ଲିଙ୍ଗରାଜ ସାହୁ, ନରସିଂହ ପ୍ରଧାନ, ଚୂଡ଼ାମଣି ହଂସ,ପଦ୍ମନ୍ ଲାଇ,ଗୋପାଳ ପ୍ରଧାନ,ବସନ୍ତ ପ୍ରଧାନ,ଲଳିତ କୁମାର ବିଶ୍ବାଳ,ସ୍ଵାଧୀନ ବେହେରା,ଅମିତ୍ ସାହୁ, ନିରୁପମା ସାହୁ, ଆନନ୍ଦିନୀ ସେଠ, ସୁଦାମ ପାଣ୍ଡେ, ସଙ୍କୀର୍ତ୍ତନ ଛତର,ପବିତ୍ର ପ୍ରଧାନ,ମନୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ଯୋଗେଶ୍ୱର  ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top