logo
add image
ଚକାଡୋଳା କ୍ରିକେଟ୍ କ୍ଲବ ପ୍ରତିଯୋଗିତା,ଓମ୍ ଫାଇଟର ଚମ୍ପିୟାନ 

ଚକାଡୋଳା କ୍ରିକେଟ୍ କ୍ଲବ ପ୍ରତିଯୋଗିତା,ଓମ୍ ଫାଇଟର ଚମ୍ପିୟାନ 

ପୁରୀ,୨୨/୨(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତ ଅଧୀନ ବଡନିନିଗାଁ ଛକଠାରେ ଚକାଡୋଳା କ୍ରିକେଟ୍ କ୍ଲବ ପକ୍ଷରୁ ଗ୍ରାମରେ ଥିବା ସ୍କୁଲ ପଡିଆରେ ୩ଦିନିଆ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।ଏଥିରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବଡନିନିଗାଁ,ସାଇ ବ୍ଲାଷ୍ଟର,ରାଇଜି କିଙ୍ଗ୍, ଏମ୍.ଯେ.ସିସି କ୍ଲବ,ଓମ୍ ଫାଇଟର, ପଣ୍ଡା ଟାଇଗର,ବି.ଏନ,ୱାରିଓର,ଭଳି ୮ଟି ଦଳ ଭାଗ ନେଇଥିବା ବେଳେ ୫ଟି ପଞ୍ଚାୟତ ରୁ ପ୍ରାୟ ୨୦୦ ଜଣ ଖେଳାଳି ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ।ଏହା ସମ୍ପୂର୍ଣ ଆଇ.ପି.ଏଲ ଫର୍ମାଟ ରେ ଖେଳ ଅନୁଷ୍ଠିତ ହୋଇଥିଲା।ଫାଇନାଲ ମ୍ୟାଚରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବଡନିନିଗାଁ ଓ ଓମ୍ ଫାଇଟର ପରସ୍ପରକୁ ଭେଟିଥିଲେ।୬ ଓଭର ବିଶିଷ୍ଟ ମ୍ୟାଚରେ ଓମ୍ ଫାଇଟର ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୫ ୱିକେଟରେ ୩୦ ରନ୍ ସଂଗ୍ରହ କରିଥିଲା ତା'ର ଜବାବରେ ଓମ୍ ଫାଇଟର ୩୦ ରନ୍ କରି ବିଜୟୀ ହୋଇଥିଲା।ମିଲନ ମହାନ୍ତି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ।ଏହି ଅବସରରେ ମ୍ୟାଚରେ ପୁର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,୧୮ ନମ୍ବର ଜୋନରେ ବିଜେପି ମଣ୍ଡଳ ସଭାପତି ଜୁବ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଅକ୍ଷୟ ବେହେରା,ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ,ପୁର୍ବତନ ସମିତି ସଭ୍ୟ ଦିପକ ଦାସ,କାଳନ୍ଦୀ ଛାଟୋଇ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଡାନ୍ ସିଂ ଅମ୍ପିଆର ଏସ.କେ ମହାପାତ୍ର,ମନୋରଞ୍ଜନ ଜେନା,ଅଜିତ ରଞ୍ଜନ ସାହୁ,ମ୍ୟାଚ ପରିଚାଳନା କରିଥିଲେ।ସୁମନ ବେହେରା , ସଂଗ୍ରାମ ପ୍ରଧାନ,ବିକାଶ ନାୟକ,ରାମଚନ୍ଦ୍ର ବରାଳ ପ୍ରମୁଖ ସ୍କୋରିଙ୍ଗ ତୁଲାଇବା ସହ ସହଯୋଗ କରିଥିଲେ।

Recent Comments

Leave Comments

Top