logo
add image
ସୋସିଆଲ ମିଡ଼ିଆ ଅପବ୍ୟବହାର କରି ଯୁବକ ବନ୍ଧା ହେଲେ : ଦେଢ଼ ବର୍ଷ ପରେ ଅଭିଯୁକ୍ତ ଗିରଫ

ସୋସିଆଲ ମିଡ଼ିଆ ଅପବ୍ୟବହାର କରି ଯୁବକ ବନ୍ଧା ହେଲେ : ଦେଢ଼ ବର୍ଷ ପରେ ଅଭିଯୁକ୍ତ ଗିରଫ

ବାଲିଗୁଡା,୨୨/୦୨(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ଏକ ମହିଳାର ଫଟୋକୁ ସୋସିଆଲ ମିଡିଆ ୱାଟ୍ସଅପ ଓ ଫେସବୁକରେ ପୋଷ୍ଟ କରି ହଇରାଣ କରୁଥିବାରୁ ଜଣେ ଯୁବକକୁ କ. ନୂଆଗାଁ ପୋଲିସ ଶନିବାର ଜେଲ ହାଜତକୁ ପଠାଇଥିବା ଜଣାପଡ଼ିଛି। ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମାଧ୍ୟମରେ ପ୍ରଶାସନ ଓ ପୁଲିସ ବିଭାଗ ଦୀର୍ଘଦିନ ହେଲା ସଚେତନତା ମୂଳକ ଅଭିଯାନ ଚଳାଇ ଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ଘଟଣା କ୍ରମରେ ଗତ ୩/୧୦/୨୩ ତାରିଖରେ ଟିକାବାଲି ଥାନା ଅଞ୍ଚଳର ପ୍ରକାଶ ନାୟକଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା  ଅଠେଇଶି ବର୍ଷର ପୁଅ ରାଜେନ୍ଦ୍ର ନାୟକ ଜୈନକ ଝିଅର ଆପତ୍ତି ଜନକ ଫଟୋ ମୋବାଇଲରେ ପୋଷ୍ଟ କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏତଲା ଦାଏର କରିଥିଲେ l ଏତଲାକୁ ଭିର୍ତ୍ତି କରି ତତ୍କାଳୀନ ଥାନା ଅଧିକାରୀ କୁମର ମୁଦୁଲି ତଦନ୍ତ ଭାର ଗ୍ରହଣ କରି ଏ ସକ୍ରାନ୍ତରେ ଥାନାରେ ଧାରା ୪୫୨,୨୯୪,୩୪, ଆଇପିସି ସହିତ ୬୭-ଏ ରେ କେଶ ନଂ ୧୩୪/୨୩ ଏକ ମାମଲା ରୁଜୁ କରି ଆସାମୀକୁ ଗିରଫ କରିବା ପାଇଁ ଅନୁସନ୍ଧାନ ଜାରି ରଖିଥିଲେ। ତେବେ ପୋଲିସ ତଦନ୍ତରେ ଉକ୍ତ ଅବୈଧ କାର୍ଯ୍ୟରେ ସଂପୃକ୍ତ ରହି ଥିବା ଅନ୍ଯ ମାନଙ୍କୁ ମଧ୍ୟ ଖୋଜୁଥିବା ବେଳେ ମୂଖ୍ୟ ଆସାମୀ ଡ୍ରାଇଭର ରାଜେନ୍ଦ୍ର ନାୟକକୁ ଏବେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଂସଦା ପ୍ରକାଶ କରିଛନ୍ତି।

Recent Comments

Leave Comments

Top