ବୌଦ୍ଧ,୨୪/୨(ଆଧାର ମିଡ଼ିଆ)ବୌଦ୍ଧ ଜିଲ୍ଲାର ଏକ ଅଗ୍ରଣୀ ଘରୋଇ ଇଂରାଜୀ ଶିକ୍ଷା ଅନୁଷ୍ଠାନ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଆଜି ସନ୍ଧ୍ୟା ରେ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷ ଶ୍ରୀ ବିନୟ କରଡ଼ିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ପ୍ରବୀଣ କୁମାର ବାଣୁଆ ଏବଂ ମୁଖ୍ୟ ବକ୍ତା ଭାବେ ଏ ଆର୍ ସି ଏସ ଶ୍ରୀ ହାଡ଼ିବନ୍ଧୁ ମହାଖୁଡ଼ ପ୍ରମୁଖ ଉପସ୍ଥିତ ହୋଇ ଛୋଟ ଛୋଟ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଛାହିତ କରିଥିଲେ ଓ ପରେପରେ ସ୍କୁଲ୍ ର କୁନି କୁନି ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଶିବପ୍ରସାଦ ମହାରଣା କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପୁର୍ଣ ମାତ୍ରାରେ ସହଯୋଗ କରିଥିଲେ ।
Recent Comments