ବିଷମକଟକ,୨୬/୦୨(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)ବିଷମକଟକ ପୁଣି ୱେଷ୍ଟ ବେଙ୍ଗାଲରେ ଚମକିଲେ ଓଡିଆ ପୁଅ।ରାଜ୍ୟ ସ୍ତରିୟ ଟ୍ରାପ ସୁଟିଙ୍ଗ ଓ ଡବଲ୍ ଟ୍ରାପ ସୁଟିଙ୍ଗ ପ୍ରତିଯୋଗିତାରେ ୱେଷ୍ଟବେଙ୍ଗାଲ ତରଫରୁ ଭାଗନେଇ ତିନଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ଯ ପଦକ ହାସଲ କରିଛନ୍ତି ଏହି ଓଡିଆ ଯୁବକ।ସେ ଓଡିଆ ପୁଅ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ସହରର ବିଜୟ କିଶର ପଟ୍ଟନାୟକ।ଗୋତ ୧୯ ତାରିଖରୁ ୱେଷ୍ଟବେଙ୍ଗାଲ ଠାରେ ପାଞ୍ଚ ଦିନଧରି ଆୟୋଜିତ ହୋଇଥିବା ଏହି ଟ୍ରାପ ଓ ଡବଲ ଟ୍ରାପ ସୁଟିଙ୍ଗ ପ୍ରତିଯୋଗିତାରେ ୭୦ ଜଣ ବିଖ୍ୟାତ ରାଜ୍ଯ ସ୍ତରିୟ ଖେଳାଳିଙ୍କ ମଧ୍ଯରୁ ସର୍ବ ତିନଟି କ୍ଷେତ୍ରରେ ପ୍ରଥମ ସ୍ତାନ ହାସଲ କରି ତିନଟି ସ୍ବର୍ଣ୍ଣ ଓ ଗୋଟିଏ ଦ୍ବୀତିୟ ସ୍ଥାନ ପାଇ ଗୋଟିଏ ରୌପ୍ଯ ପଦକ ହାସଲ କରି ଓଡିଶାକୁ ଗୌରବାନିତ କରିଛନ୍ତି ଏହି ଯୁବକ।ସୂଚନା ଥାଉକି ୨୦୧୭ ମସିହାରେ ହରିୟାଣାର ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରିୟ ବିଗ୍ ବର ପ୍ରତିଯୋଗିତାରେ ଭାଗନେଇ ସେ ସମୟରେ ଓଡିଶାର ଜଣେମାତ୍ର ରୋନାଉନ ସୁଟର ପଦକ ହାତେଇଥିଲେ ଏହି ଯୁବକ,ଏବେ ପୁଣି ଟ୍ରାପ ଓ ଡବଲ ଟ୍ରାପ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗନେଇ ସ୍ବର୍ଣ୍ଣ ପଦକ ହାସଲ କରି ଚର୍ଚ୍ଚାରେ ଏହି ଓଡିଆ ପୁଅ।ଏହି ପ୍ରତିଯୋଗିତାର ଉଦ୍ ଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ୱେଷ୍ଟ ବେଙ୍ଗଲର ଡେପୁଟି ପୋଲିସ କମିଶନର ଜାଫାର ଆଜମଲ୍ କିଦୁଆଇ ଓ ନେଶନାଲ ରାଇଭଲ ଆସୋସିଏନ୍ ଅଫ୍ ଇଣ୍ଡିଆର ସେକ୍ରେଟାରି ରିତେଶ ଚକ୍ରବର୍ତ୍ତୀ ଏବଂ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ଜୁରି ଅଫ୍ ଜର୍ଜ ବି.ଜି.ମଲ୍ଲିକଙ୍କ କର କମଳରେ ଏହି ପୁରଷ୍କାର ବିଜୟ କିଶର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି।ତାଙ୍କର ଏହି ସଫଳତାକୁ ନେଇ ସାମାଜିକ ଗଣମାଧ୍ୟମରୁ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟୁଥିବା ମଧ୍ୟ ଦେଖିବାକୁ ମିଳିଛି ।
Recent Comments