logo
add image
ମଙ୍ଗଳା ମନ୍ଦିର ସେବାୟତ ସାଧୁ ଚାରଣ ଦୀକ୍ଷିତ ଙ୍କ ବିୟୋଗ ରେ ଶୋକ 

ମଙ୍ଗଳା ମନ୍ଦିର ସେବାୟତ ସାଧୁ ଚାରଣ ଦୀକ୍ଷିତ ଙ୍କ ବିୟୋଗ ରେ ଶୋକ 

କାକଟପୁର,୨୭/୦୨(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ) ମା ମଙ୍ଗଳା ଙ୍କ ସେବାୟତ ତଥା ଶିକ୍ଷକ ସାଧୁ ଚରଣ ଦୀକ୍ଷିତ ଙ୍କ ମୃତ୍ୟୁ ହୋଇ ଯାଇଛି, ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ,ମୃତ୍ୟୁ ବେଳକୁ ଶ୍ରୀ ଦୀକ୍ଷିତ ଙ୍କୁ ୮୬ ବୟସ ହୋଇଥିଲା ସେ ଚାକିରୀ ଜୀବନରେ ଓଥକା ପ୍ରାଇମେରୀ ସ୍କୁଲ ରେ ଦୀର୍ଘ ୨୮ବର୍ଷ କାଳ ଶିକ୍ଷଦାନ କରି ଉଚ୍ଚ କୋଟିର ପ୍ରଶଂସା ପାଇଥିବା ବେଳେ ତାଙ୍କର ଅମୂଣିଆ ପାଟଣା କାଳିଆ ଗରୁଡ଼ ପ୍ରାଇମେରୀ ସ୍କୁଲ କୁ ବଦଳି ହୋଇଥିଲା,ଚାକିରୀ ପରେ ମଙ୍ଗଳା ମନ୍ଦିର ର ବହୁ ଉର୍ନତି ମୂଳକ କାମ ହାତକୁ ନେଇ ବେଶ ପ୍ରଶଂସା ସାଉଁଟି ଥିଲେ ହଟାତ ୨୫ ତାରିଖ ସକାଳ ୫ ଘଟିକା ସମୟରେ ନିଜ ବାସ ଭବନ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ,ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ତାଙ୍କର ବହୁ ପୁରାତ୍ତନ ଛାତ୍ର ଶେଷ ଦର୍ଶନ କରିବାକୁ ବାସ ଭବନ ନିକଟରେ ପହଞ୍ଚି ଥିଲେ,ସାଧୁ ସାର ଏକ ମେଳାପୀ ଓ ଛାତ୍ର ବତ୍ସଳ ବୋଲି  ଜ୍ଞାନ ରଞ୍ଜନ ସାହୂ, ରତିକାନ୍ତ ସାହୂ,ରାଜକିଶୋର ସାହୂ, ବଂଶୀଧର ସ୍ୱାଇଁ ପ୍ରମୁଖ ଆମେ ଜଣେ ଭଲ ଗୁରୁଜୀ ଙ୍କୁ ହରାଇଲୁ ବୋଲି କହିଛନ୍ତି,ସେହିପରି ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା,ହିମାଂଶୁ ଭୂଷଣ ଦୀକ୍ଷିତ,ଦେବାଶିଷ ଦୀକ୍ଷିତ ଓ ଜ୍ଞାତି କୁଟୁମ୍ବ ପହଞ୍ଚି  ନିଜ ବାସଭବନ ଠାରୁ ଶବ ଶୋଭାଯାତ୍ରା ରେ ନିଆ ଯାଇ ଗ୍ରାମ ସ୍ମଶାନ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା,ଏକମାତ୍ର ଜ୍ୱାଇଁ ଦେବରାଜ ଦୀକ୍ଷିତ ପୂର୍ବତ୍ତନ ସରପଞ୍ଚ ତପନ କୁମାର ଦୀକ୍ଷିତ,ସନ୍ତୋଷ କୁମାର ଦୀକ୍ଷିତ ଉପସ୍ଥିତ ଥିବା ବେଳେ ବଡ଼ ପୁଅ ଆଶିଷ କୁମାର ଦୀକ୍ଷିତ,ମାନସ କୁମାର ଦୀକ୍ଷିତ ମୁଖାଗ୍ନି ଦେଇଥିଲେ,ତାଙ୍କ ମୃତ୍ୟୁ ଖବର ପାଇ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା,ପୁରୀ ଜିଲ୍ଲା ଉପାଧକ୍ଷ୍ୟ ସ୍ୱାଧୀନ କୁମାର ନାୟକ,ସରପଞ୍ଚ ଅଭୟ କୁମାର ସେଠୀ ପରିବାର ପ୍ରତି ସମବେଦନା ଜଣାଇଛନ୍ତି.

Recent Comments

Leave Comments

Top