ସୋନପୁର,୨୭/୦୨(ଆଧାର ମିଡ଼ିଆ)ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି ଗ୍ରାମ ର ଶତାୟୁ ତଥା ଧର୍ମ ପାରାୟଣ ବ୍ୟକ୍ତି ବିପିନ ବିହାରୀ ଗୁରୁ ଙ୍କ ୧୦୨ବର୍ଷ ବୟସରେ ଦେହାନ୍ତ ଘଟିଛି lଏ ଖବର ରେ ଉଲୁଣ୍ଡା ତଥା ଦେଶ ଫାଲ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛିl ମହାନଦୀ କୂଳ ଗାଁ ଶ୍ମଶାନ ଘାଟ ରେ ସ୍ୱର୍ଗତ ଗୁରୁ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୁବର୍ଣ୍ଣପୁର ସିଡିଏମ ଓ ଡ଼ା ପ୍ରଦୀପ ଗୁରୁ ଙ୍କ ସମେତ ଉଲୁଣ୍ଡା ବୀର ମହାରାଜ ପୁର ତଥା ସୋନପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ସ୍ୱର୍ଗୀୟ ଗୁରୁ ଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ lଶ୍ରୀ ଗୁରୁ ୫/୧୧/୧୯୨୪ ରେ ଜନ୍ମ ଗ୍ରହଣ କରିଥିବା ବେଳେ ସୋନପୁର ଓ ବୀର ମହାରାଜ ପୁର ତହସିଲ କାର୍ଯ୍ୟାଳୟ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଖୁବ୍ ନିଷ୍ଠା ଓ ଶୃଙ୍ଖଳାର ସହ କାର୍ଯ୍ଯ କରିଥିଲେ lବଡ ପୁଅ ତାରା ଭୂଷଣ ଗୁରୁ ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନୀ ଦେଇଥିବା ବେଳେ ତିନି ପୁଅ ବୋହୁ ନାତି ନାତୁଣୀ ଆତ୍ମୀୟ ସ୍ୱଜନ ସମସ୍ତେ ଉପସ୍ଥିତ ଥିଲେ l
Recent Comments