logo
add image
ଅଜଣା ଗାଡି ଧକ୍କାରେ ଦାଦା ମୃତ:ପୁତୁରା ଗୁରୁତର

ଅଜଣା ଗାଡି ଧକ୍କାରେ ଦାଦା ମୃତ:ପୁତୁରା ଗୁରୁତର

ବାଲିଗୁଡା,୨୬/୦୨(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁର ଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦାଦା ମୃତ୍ୟୁବରଣ କରିଥିବା ବେଳେ ପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି lଘଟଣାରୁ ପ୍ରକାଶ ଯେ,ଦାଦା ପୁତୁରା ଦୁହେଁ ମିଶି ଓଡି ୧୨-ଏ-୮୩୬୭ ନଂ ବାଇକ ଯୋଗେ ଶଶୁର ଘରୁ ନିଜ ଗାଁକୁ ସନ୍ଧ୍ୟାରେ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦାଦା ମୃତ ପୁତୁରା ଆହତ ହୋଇଥ‌ିବା ଜଣାପଡ଼ିଛି।ମୃତକ କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତ ଶାଙ୍କୁଶବାଲି ଗାଁର ଜୀବନ ବନ୍ଧୁ ଦିଗାଲ(୨୪) ହୋଇଥିବା ବେଳେ ଆହତ ଯୁବକ ଜଣକ ପିଣ୍ଟୁ ଦିଗାଲ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।କିନ୍ତୁ ସେଠାରେ ଜୀବନ ବନ୍ଧୁ ଦିଗାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ସେପଟେ ଆହତ ପୁତୁରା ପିଣ୍ଟୁ ଦିଗାଲ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଶବକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏନେଇ ପୋଲିସ ଥାନା କେସ ନଂ ୪୦/୨୫ ରେ ଏକ ମାମଲା ରୁଜୁକରି ଏସଆଇ ଅଶୋକ କୁମାର ତ୍ରିପାଠୀ ଅଧୂକ ତଦନ୍ତ କରୁଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହଂସଦା ପ୍ରକାଶ  କରିଛନ୍ତି।

Recent Comments

Leave Comments

Top