ସିନାପାଲି/ନୂଆପଡ଼ା,୨୬/୦୨(ଆଧାର ମିଡ଼ିଆ/ରିପୋର୍ଟ-ହେରାମ୍ବ ମେହେର)ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତିବନ୍ଧା ଗ୍ରାମର ଧରିତ୍ରୀ ଢାବା ନିକଟ ଏକ ଜୁଆ ଆଡ୍ଡା ଉପରେ ସିନାପାଲି ପୋଲିସ ଅକସ୍ମାତ ଚଢାଉ କରି ୭ ଜଣ ଜୁଆଡ଼ି ଙ୍କୁ ଗିରଫ କରିଥିବା ଜଣାପଡିଛି,ସୂଚନା ଅନୁସାରେ ହାତିବନ୍ଧା ଧରିତ୍ରୀ ଢାବା ନିକଟରେ ଜୁଆ ଖେଲ ଚାଲିଥିବା ସିନାପାଲି ପୋଲିସ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ଙ୍କ ନେତୃତ୍ବ ରେ ଏକ ଟିମ ଗଠନ କରି ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲେ lଏହି ଚଢାଉ ରେ ୭ଟି ମୋବାଇଲ ଫୋନ,୫ଗୋଟି ମୋଟର ସାଇକେଲ ଓ ୭ଜଣ ଜୁଆଡ଼ି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ ସୁତ୍ର ରୁ ଜଣାପଡିଛି l ଏହି ଚଢ଼ାଉ ଟିମରେ ଥାନା ଅଧିକାରୀ ଙ୍କ ସମେତ ସବ-ଇନ୍ସପେକ୍ଟର ଅନିତା ଯାନୀ,ଏ ଏସ ଆଇ ପ୍ରଭାକର ନାଏକ ଉପସ୍ଥିତ ଥିଲେ lପ୍ରକାଶ ଥାଉକି ଏହି ଜୁଆ ଆଡ୍ଡା ରେ ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଆଇନଜୀବୀ,ସ୍ୱାସ୍ଥ୍ୟ କର୍ମୀ,ଶିକ୍ଷକ ତଥା ଅଞ୍ଚଳର ଜଣାଶୁଣା ବ୍ୟକ୍ତି ବିଶେଷ ରହିଛନ୍ତି ।
Recent Comments