କାକଟପୁର,୨୮/୦୨(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ଆଜି କାକଟପୁର ଜଳସେଚନ ଡାକବଙ୍ଗଳା ଠାରେ ସନ୍ଧ୍ୟା 6 ଘଟିକା ରେ ମଙ୍ଗଳା ମହୋତ୍ସବ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି,ଏହି ବୈଠକ ରେ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆ ଯାଇଥିବା ବେଳେ ମହୋତ୍ସବ କମିଟି ର ସଭାପତି ତଥା ବିଧାୟକ ତୁଷାର କାନ୍ତି ବେହେରା,ଜ୍ଞାନ ରଞ୍ଜନ ସାହୂ,ଯୋତ୍ରୀମୟ ଦଳାଇ,ସୋପ୍ନେଶ୍ଵର ସାହୂ,ସମରେନ୍ଦ୍ର ଦୀକ୍ଷିତ,ହିମାଂଶୁ ଭୂଷଣ ଦୀକ୍ଷିତ,ଶରତ ଚନ୍ଦ୍ର ଦାସ,ପ୍ରଦୀପ୍ତ କୁମାର ଦୀକ୍ଷିତ,ବରିଷ୍ଠ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ,ଶଙ୍କର ପ୍ରସାଦ ଦାସ,କମଳ ଲୋଚନ ଦୀକ୍ଷିତ,ମାନସ କୁମାର ସାମଲ,ରୁପେଶ ସାହୂ,ପ୍ରଭାସ ପୃଷ୍ଟି,ହୃଦାନନ୍ଦ ଶାସମଲ,ମାନସ କୁମାର ଦୀକ୍ଷିତ, ଭାଗବତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସଦସ୍ୟ ମାନଙ୍କୁ ଦାଇତ୍ୱ ଦିଆ ଯାଇଥିଲା,ରତିକାନ୍ତ ବେହେରା,ଆଦିତ୍ୟ କୁମାର ରାଉତ ନିଜର କାର୍ଯ୍ୟ ଯୋଗୁ ଅନୁପସ୍ଥିତ ରହିଥିଲେ ସୁଦ୍ଧା ସମସ୍ତ କାର୍ଯ୍ୟ ଧାରା କୁ ସୁଚାରୁ ରୂପରେ ସମ୍ପାଦନା କରିବାକୁ ଦୂରଭାଷ ରେ ମତ ଦେଇଥିଲେ,ଆସନ୍ତା ୧୪,୧୫,୧୬ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରଖିବା ପାଇ ମା ମଙ୍ଗଳା ଙ୍କ ମହୋତ୍ସବ କୁ ସରସ ସୁନ୍ଦର କରିବା ପାଇ ସମସ୍ତେ ସଂକଳ୍ପ ବଧ ବୋଲି କହିଥିଲେ, ସମଗ୍ର କାକଟପୁର, ଅସ୍ତରଙ୍ଗ,ନୂଆହାଟ,ଚାରିଛକ,କୋଣାର୍କ ଅଞ୍ଚଳ ରେ ପ୍ରଚାର ପ୍ରସାର କରିବାକୁ ଏହି ବୈଠକ ରେ ସ୍ଥିର ହୋଇଛି ତତ ସହିତ ଏହି ବୈଠକ ରେ ବିଭିନ୍ନ ପ୍ରକାରର ମେଳା ପଡିବା,ଲୋକଙ୍କୁ ଶାନ୍ତି ଶୃଙ୍ଖଳା ଭାବରେ ବସାଇବା ଉପରେ ଗୁରୁତ୍ୱ ଆଲୋଚନା ସହିତ ଯେ କୌଣସି ବିଶୃଙ୍ଖଳା ଓ ବିଶୃଙ୍ଖଳିତ ବ୍ୟକ୍ତି କୁ ପ୍ରଶୟ ଦିଆ ଯିବନି ବୋଲି କମିଟି ର ସଦସ୍ୟ ହିମାଂଶୁ ଭୂଷଣ ଦୀକ୍ଷିତ ଓ ପ୍ରଦୀପ୍ତ କୁମାର ଦୀକ୍ଷିତ କହିଥିବା ବେଳେ ସମସ୍ତ ସଦସ୍ୟ ଏହାକୁ ସ୍ୱାଗତ କରିଥିଲେ,ଆସନ୍ତା ବୈଠକ ଆସନ୍ତା ୭ ତାରିଖ ରେ ହୋଇ ଅନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯିବା ପାଇଁ କମିଟିରେ ସ୍ଥିର କରାଯାଇଛି.
Recent Comments