ବୌଦ୍ଧ,୨୮/୦୨(ଆଧାର ମିଡ଼ିଆ)ବୌଦ୍ଧ ସହର ରାଜନପାଲି ଛକ ନିକଟରେ ଆରମ୍ଭ ହେଲା ରିଲାଏନ୍ସ ସ୍ମାର୍ଟ ବଜ଼ାର ବ୍ୟବସାୟ ପ୍ରତିଷ୍ଠାନ।ବୌଦ୍ଧ ବାସୀ ଙ୍କ ସୁବିଧା ଦୃଷ୍ଟି ରୁ ଆଜି ଆରମ୍ଭ ହୋଇଛି ଏହି ବ୍ୟାବସାୟିକ ପ୍ରତିଷ୍ଠାନ।ଏହି ସପିଙ୍ଗ ମଲ କୁ ଆଜି ବୌଦ୍ଧ ର ଯୁବ ଚାର୍ଟର୍ଟ ଆକାଉଟେଣ୍ଟ ସୁନ୍ଦର ପ୍ରକାଶ ଅଗ୍ରୱାଲଙ୍କ କର କୋମଳ ରେ ଶୁଭ ଉଦଘାଟନ କରାଯାଇଥିଲା।ଆଜି ପ୍ରଥମ ଦିନରୁ ଲୋକଙ୍କ ପ୍ରବଳ ଭିଡ ଓ ଉତ୍ତ୍ସାହ ଦେଖିବାକୁ ମିଳିଥିଲା।ଏହି ଉଦଘାଟନୀ ଉତ୍ସବରେ ରିଲାଏନ୍ସ ସ୍ମାର୍ଟ ବଜ଼ାର ର ସିଇଓ, ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଙ୍କ ସମେତ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାସ ସୂର୍ଜେନ୍ଦ୍ର ଶତପଥି, ଶୁଭେନ୍ଦ୍ର ଶତପଥୀ,ସନ୍ତୋଷ କୁମାର ସାହୁ,ବିରେନ୍ଦ୍ର ମୋହନ ଗୌଡ଼,ରାଜେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ସ୍ମାର୍ଟ ବଜ଼ାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Recent Comments