logo
add image
ବରିଷ୍ଠ ସାମ୍ବାଦିକ ତଥା ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବରିଷ୍ଠ ସାମ୍ବାଦିକ ତଥା ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କାକଟପୁର,୨୮/୨(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ) ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି,ପ୍ରାକ୍ତନ ଛାତ୍ରନେତା,ବରିଷ୍ଠ ସାମ୍ବାଦିକ,ବିଭିନ୍ନ ସଂଗଠନର ପଦାଧିକାରୀ,ବିଶିଷ୍ଟ ରାଜନେତା ତଥା ସମାଜସେବୀ ସ୍ବର୍ଗତ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ସଭା ଗୃହରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି lଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ କାକଟପୁର,ଖୁଣ୍ଟିଆ କନଭେନସନ ଏମ ଡ଼ି ସୌମ୍ୟକାନ୍ତ ଖୁଣ୍ଟିଆ ଙ୍କ ସହିତ ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ସାମ୍ବାଦିକ ମାନେ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ lପରେ ବିଗତରେ ଘଟି ଯାଇଥିବା ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟକଳାପ ଓ ସାଙ୍ଗଠନିକ ଦକ୍ଷତା ଉପରେ ସ୍ମୃତିଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ଦୀକ୍ଷିତ,ନିରଞ୍ଜନ ଦାସ,ସଞ୍ଜୟ ପତି,ପ୍ରଭାତ ଦୀକ୍ଷିତ,ପୂର୍ଣଚନ୍ଦ୍ର ପଣ୍ଡା,ମାନସ ଦୀକ୍ଷିତ,ପ୍ରଦୀପ୍ତ କୁମାର ଦୀକ୍ଷିତ,ପ୍ରଦୀପ ପଣ୍ଡା,ପ୍ରଭାସ କୁମାର ପୃଷ୍ଟି,ନୃସିଂହ ବେହେରା,ଆଦିତ୍ୟ ରାଉତ,ଭାଗବତ ସ୍ୱାଇଁ,ଲୋକନାଥ ସ୍ୱାଇଁ,ପ୍ରକାଶ ଦାଶ,ବ୍ରଜକିଶୋର ସାହୁ,ଶୁଭଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ.

Recent Comments

Leave Comments

Top