logo
add image
ରୁଗୁଡିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ରୁଗୁଡିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସୋନପୁର,୨୮/୦୨(ଆଧାର ମିଡ଼ିଆ)ଆଜି ସୋନପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଗୁଡିପାଲି ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲାଲଚନ୍ଦ ରଣା ସଭାପତିତ୍ଵ କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ରାଜା କନ୍ଧେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ପଣ୍ଡା ଆଜି ଦିନର ଆଭିମୁଖ୍ୟ ଯଥା-ବିଜ୍ଞାନ ସଚେତନତା ଓ ମିଜାଜ୍,ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଷୟରେ ଶିକ୍ଷା ଗ୍ରହଣ ପ୍ରତି ଉତ୍ସାହିତ କରିବା ଓ ଭାରତୀୟ ବିଜ୍ଞାନୀମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଆଦି ଦିଗ ଉପରେ ଆଲୋଚନା କରିଥିଲେ।ଶିକ୍ଷକ ମୁକେଶ ପ୍ରଧାନ ଭାରତରେ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଲିତ ହୁଏ,ଏହି ଦିନଟି ଭାରତୀୟ ବିଜ୍ଞାନୀ ଡ଼ଃ ସି.ଭି.ରମଣଙ୍କ ରମଣ ପ୍ରଭାବ ଆବିଷ୍କାର ପାଇଁ ପାଳିତ ହୁଏ ବୋଲି ପ୍ରକାଶ କରିଥିଲେ।ସଭା ଶେଷରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଇପ୍‌ସା ରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଜାତୀୟ ବିଜ୍ଞାନ ଦିବସରେ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଏକ ବିଜ୍ଞାନ ଉପକରଣ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ସଂଜୟ ବାଘ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ବରିହା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଗାଁ ତଥା ପାଖ ଆଖ ଅଞ୍ଚଳ ର ଅନେକ ଚାତ୍ର ଛାତ୍ରୀ ବୁଦ୍ଧିଜୀବୀ ବିଜ୍ଞାନ ଉପକରଣ ମେଳା କୁ ଦେଖିବାର ସୁଯୋଗ ପାଇ ଆନନ୍ଦ ଅନୁଭବ କରିବା ସହ ଆୟୋଜକ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I

Recent Comments

Leave Comments

Top