ଗୁଣୁପୁର/ରାୟଗଡା,୧/୦୩(ଆଧାର ମିଡ଼ିଆ)ଅବସରପ୍ରାପ୍ତ କେପିଜି ବ୍ୟାଙ୍କ ଅଧିକାରୀ ତଥା ସାମ୍ବାଦିକ ମନୋଜ ଦାଶ ଙ୍କ ବାପା ଶ୍ରୀ ଦୁର୍ଯୋଧନ ଦାଶ(୬୪)ଙ୍କ କଟକ ବଡ଼ ଡ଼ାକ୍ତରଖାନାରେ ପରଲୋକ ଘଟିଛି।ପ୍ରୟାଗରାଜ ମହାକୁମ୍ଭରୁ ଫେରିବା ସମୟରେ ଅକ୍ସିଜେନ୍ କମିଯିବାରୁ ସେ ଭୀଷଣ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ପ୍ରଥମେ ଘଟଗାଁ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ ସେଠାରେ ଗତକାଲି ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।ତାଙ୍କ ମର ଶରୀର ଆଜି ଗୁଣପୁର ସାଇ ନଗରରେ ପହଞ୍ଚିଲା ପରେ ନିଜ ଜନ୍ମ ମାଟି ବିକ୍ରମପୁର ସ୍ମସାନରେ ଶେଷକୃତ୍ୟ କରାଯାଇଥିଲା।ସେ ଜଣେ ଅତି ମଧୁର ମିଷ୍ଟଭାଷୀ, ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ତାଙ୍କ ବିୟୋଗ ରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
Recent Comments