logo
add image
କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା 

କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା 

କଣିହାଁ,୨୮/୨(ଆଧାର ମିଡ଼ିଆ)କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ ଶୁକ୍ରବାର ଦିନ ନିଜ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।କଣିହାଁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କଣିହାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇ ବିଦାୟୀ ବିଇ ଓ ଶ୍ରୀଯୁକ୍ତ ପ୍ରଧାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।ପ୍ରଧାନ ଶିକ୍ଷକ ଲିଙ୍ଗରାଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ  ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗୁଳୁ ଚରଣ ପ୍ରଧାନ,ସୁଜନ କୁମାର ସାହୁ,ସନ୍ତୋଷ କୁମାର ପ୍ରଧାନ ଓ ମୁଖ୍ଯ କିରାଣୀ ବିବେକାନନ୍ଦ ହୋତା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଶିକ୍ଷକ ମଙ୍ଗୁଳୁ ଚରଣ ସାହୁ,କିଶୋର ଚନ୍ଦ୍ର ସାହୁ,ଶ୍ରୀଧର ଦାସ, ଦୁର୍ଯ୍ୟୋଧନ ମହାନ୍ତି,ଗୋପୀନାଥ ନାଏକ,ଅମରେନ୍ଦ୍ର ମହାପାତ୍ର,ସିଆରସିସି ପାଣ୍ଡବ ନାଏକ,ଗଗନ ଚନ୍ଦ୍ର ନାଏକ,ରଞ୍ଜିତା ଦାସ,ମାନସ ରଞ୍ଜନ ସାହୁ,ପ୍ରମୁଖ  ବିଦାୟୀ ବିଇଓଙ୍କ ସଂପର୍କରେ ବକ୍ତବ୍ଯ ଦେବା ସହିତ ତାଙ୍କର ଅବସର ଜୀବନ ନିରୋଗ,ସୁଖ,ଶାନ୍ତି,ସମ୍ରୁଦ୍ଧିମୟ ହେଉ ବୋଲି କାମନା କରିଥିଲେ।ଶିକ୍ଷକ ମୁନା ନାଏକ ଧନ୍ଯବାଦ ଦେଇଥିଲେ।ଶିକ୍ଷକ ସଂଘ ପକ୍ଷରୁ ବିଦାୟୀ ବିଇଓଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିବା ସହିତ ଉପହାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ସମେତ ଶିକ୍ଷକ ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।
 

Recent Comments

Leave Comments

Top