କଣିହାଁ/୨ /୩/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବଡହୀରା ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବିଜ୍ଞାନ ଚେତନା ମଞ୍ଚ ଓଡିଶା, କଣିହାଁ ଶାଖା ଆନୁକୂଲ୍ୟରେ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଭାରତର ବିଶିଷ୍ଟ ପଦାର୍ଥବିଜ୍ଞାନୀ ନୋବେଲ୍ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ସାର ସିଭି ରମଣଙ୍କ ପଦାର୍ଥବିଜ୍ଞାନ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ତାଙ୍କ 'ରମଣ ପ୍ରଭାବ' ଆବିଷ୍କାର ଦିବସ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବରେ ପାଳନ କରାଯାଉଛି ବୋଲି ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନ ଚେତନା ମଞ୍ଚ ଓଡିଶାର କାର୍ଯ୍ୟକାରୀ ସଭ୍ଯ ମୁନା ନାଏକ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବା ସହିତ ସିଭି ରମଣଙ୍କ ଜୀବନୀ ଏବଂ ଆଲୋକର ବିଚ୍ଛୁରଣ ତତ୍ତ୍ବ ସଂପର୍କରେ ଆଲୋଚନା କରିଥିଲେ।
ପ୍ରିଜିମ ଦ୍ବାରା ଆଲୋକର ପ୍ରକୀର୍ଣ୍ଣନ, ବାସ୍ତବ ପ୍ରତିବିମ୍ବ ଗଠନ, ମ୍ୟାଗ୍ନେସିୟମ ଫିତାର ଦହନ ଆଦି ପରୀକ୍ଷଣ କରିବା ସହିତ ପେରିସ୍କୋପ, କାଲିଡୋସ୍କୋପ, ମାଇକ୍ରୋସ୍କୋପର ବ୍ୟବହାର ସଂପର୍କରେ ଶିକ୍ଷକ ଉପଯୋଗ କରାଇଥିଲେ। ଏହି ଦିବସ ଉପଲକ୍ଷେ ଏକ ବିଜ୍ଞାନ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜର ଆୟୋଜନ କରାଯାଇଥିଲା। ବିଜ୍ଞାନ ପ୍ରଦର୍ଶନୀରେ ଏବଂ କୁଇଜରେ ପ୍ରଥମ, ଦ୍ୱିତୀୟ ଓ ତ୍ରୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମହାନ୍ତିଙ୍କ ତତ୍ତ୍ବାବଧାନ ଓ ବିଜ୍ଞାନ ଶିକ୍ଷକ ମୁନା ନାଏକଙ୍କ ପରିଚାଳନାରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ବେହେରା, ସତ୍ୟବାନ ନାୟକ, ଶିକ୍ଷୟିତ୍ରୀ ପ୍ରଭାତୀ ବେହେରା ଓ ସୁପ୍ରିୟା ପ୍ରଧାନ ଏବଂ ବିଜ୍ଞାନ ଓ ଗଣିତ କ୍ଲବର ସଦସ୍ୟ ଓମ ସିଟୁନ ମାଝି, ଆଦିତ୍ୟ ନାଏକ, ଦିବ୍ୟରଂଜନ ସାହୁ, ସୋମେଶ ବେହେରା, ବିବେକାନନ୍ଦ ବାଘ, ସବ୍ୟସଚ୍ଚି ସାହୁ, ରାନୀ ସାହୁ, ସ୍ୱୟଂଶ୍ରୀ ମାହାର, ଅର୍ଚ୍ଚିତା ବେହେରା, ରାଜଶ୍ରୀ ସିଙ୍ଗରା, ଶୁଭସ୍ମିତା ପ୍ରଧାନ, ଆଦ୍ୟାଶା ନାଏକ, ପ୍ରିତୀରାଜ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
Recent Comments