କଣିହାଁ /୩/୦୩/୨୦୨୫/ (ଆଧାର ମିଡ଼ିଆ)-କଣିହାଁ ବ୍ଲକ ଏନଟିପିସି ବଜାର ତେଲିସିଂହା ଛକ ଠାରୁ କଣିହାଁ କୋଇଲା ଖଣି ଓ ଯେଇଆପିଏଲକୁ ଟ୍ରକ ଯୋଗେ କୋଇଲା ପରିବହନ କରି ଆସୁଥିବା ପଂଚାୟତ ରାସ୍ତାରେ ବିଳମ୍ବିତ ରାତ୍ରରେ ବିଦ୍ୟୁତ ଖୁଣ୍ଟକୁ ଟ୍ରକ ଧକା ଦେଇଥିଲା l ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇ ରାସ୍ତାରେ ପଡିଯାଇଥିଲl l ଏଥିପାଇଁ ଦିନ ତମାମ ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ଲୋକଙ୍କ ଯାତାୟାତ ଠପ ହୋଇଛି l ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଛାତ୍ର ମାନଙ୍କ ପାଠ ରେ ବ୍ୟାହତ ହୋଇଛି l ଏଥିପାଇଁ ଅବିଭାବକ ମନରେ ଅସନ୍ତୋଷ ପ୍ରକାଶ କରିଛନ୍ତି l କଣିହାଁରେ ଶିଳ୍ପ ଓ କୋଇଲା ଖଣି ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ଦେଉଛି l ଜନସାଧାରଣଙ୍କ ଗମନା ଗମନ ପାଇଁ ସତନ୍ତ୍ର ରାସ୍ତା ଟିଏ ନାହଁ l ସାହସ୍ରାଧିକ ଟ୍ରକ ଯୋଗେ କୋଇଲା ଓ ପାଉଁଶ ପରିବହନ ପ୍ରତ୍ୟେକ ଦିନ ହେଉଛି l ବିଭିନ୍ନ ସମୟରେ ବିଦ୍ୟୁତ ଖୁଣ୍ଟ ଓ ପାଣି ପାଇପ ଫାଟି ଲୋକ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏଥି ପ୍ରତି କଣିହାଁ ପ୍ରଶାସନିକ,ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଆନ୍ତରିକତା ନଥିବା ଭଳି ମନେ ହେଉଛି l ଏଭଳି ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣ ଅତିଷ୍ଟ ହେଉଛନ୍ତି l ଆଗାମୀ ଦିନରେ ବୁଦ୍ଧିଜୀବୀ ମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଲେଣି l ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ମୁତି ସମୀୟ ଦାସଙ୍କ ଯୋଗାଯୋଗ କଲେ ମୋବାଇଲ ଫୋନ କଲକୁ ରିସିଭ କରୁନାହାନ୍ତି l
Recent Comments