logo
add image
ବାରଖମାରେ ରାଜ୍ୟସ୍ତରୀୟ ରାତ୍ରକାଳୀନ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ

ବାରଖମାରେ ରାଜ୍ୟସ୍ତରୀୟ ରାତ୍ରକାଳୀନ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା/୦୪/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ହାଇସ୍କୁଲ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ ରାତ୍ର କାଳୀନ ଭଲିବଲ୍ ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି। ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କଂଗ୍ରେସର ବରିଷ୍ଠ ସଦସ୍ୟ ଡ଼ଃ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗଦାନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟଅତିଥିଙ୍କ ସହ ବାଲିଗୁଡାର ବିଶିଷ୍ଠ କଂଗ୍ରେସ କର୍ମୀମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଗଞ୍ଜାମ ,ଗଜପତି ,କନ୍ଧମାଳ ଜିଲ୍ଲାର ୮ଟି ଟିମ୍ ସହ ବହୁ ପ୍ରତିଷ୍ଠିତ ଖେଳାଳି ମାନେ ଆସି ଏହି ପ୍ରିତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ଉଦଘାଟନୀ ମ୍ୟାଚରେ ରେଡି ସିକ୍ସ ସହ ଏଲକେଡ଼ି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ଏଥିରେ ରେଡି ସିକ୍ସ ଦଳ ବିଜୟୀ ଲାଭ କରିଥିଲା। ଉଦଯାପନୀ ଉତ୍ସବ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ରେଫରି ଭାବେ ମନୋରଞ୍ଜନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ବାରଖମା ହାଇସ୍କୁଲ ଯୁବକ ସଂଘ ର ସମସ୍ତ ସଦସ୍ୟଙ୍କ ସମେତ ଟୁର୍ନାମେଣ୍ଟର ସଭାପତି ହେବଲ ଦିଗାଲ, ଉପ ସଭାପତି ମାମୁନା ଦିଗାଲ,କୋଷାଧ୍ୟକ୍ଷ ସୁନିଲ ଦିଗାଲ ସମ୍ପାଦକ ମୋହିତ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Recent Comments

Leave Comments

Top