ଖୋର୍ଦ୍ଧା/୦୪/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବଡ଼ ସାହିରେ ମଙ୍ଗଳ ବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାଣ ବ୍ୟବସାୟୀ ଅଶୋକ ମଲ୍ଲିକ ବୟସ ୪୫ ଘରେ ନିଜର ବ୍ୟବସାୟ ପାଇଁ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ପୋରଣ ଘଟିଥିଲା । ଏହି ବିସ୍ଫୋରଣରେ ପାଖରେ ସାହାର୍ଯ୍ୟ କରୁଥିବା ପତ୍ନୀ ସୁକାନ୍ତିଙ୍କ ସହ ଅଶୋକ ଗୁରୁତର ଆହତ ହୋଇଥିଲେ ।ଏହା ସହିତ ଦୁଇବଖରା ଆଜବେଷ୍ଟସ ଘର ଉଡ଼ିଯାଇଛି ।ଘରର ଆସବା ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ପ୍ରଚଣ୍ଡ ଶବ୍ଦଶୁଣି ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ସ୍ବାମୀ ଓ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବଲାନସରେ ନିକଟସ୍ଥ ବେଗୁନିଆ ଡାକ୍ତର ଖନରେ ଭର୍ତ୍ତି କରିଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଅଶୋକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏ ମ୍ ସ୍ ରେ ଭର୍ତ୍ତି କରାଯାଇଛି ।ଏହି ବିସ୍ପୋରଣ ସମୟରେ ଉପସ୍ଥିତ ଥିବା ପରିବାର ଅନ୍ୟ ୭ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଶୋକ ପୂର୍ବରୁ ବାଣ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବାର ବେଗୁନିଆ ଥାନା ସୂତ୍ରରୁ ପ୍ରକାଶ। ଏହି ଘଟଣାକୁ ନେଇ ବେଗୁନିଆ ଥାନା ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବାର ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କଠାରୁ ପ୍ରକାଶ ।
Recent Comments