logo
add image
ଗୁନ୍ଦୁଲିଆ ଗ୍ରାମପଞ୍ଚାୟତରେ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ

ଗୁନ୍ଦୁଲିଆ ଗ୍ରାମପଞ୍ଚାୟତରେ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ

କଣ୍ଟାମାଳ/୦୫/୦୩/୨୦୨୫/(ଆଧାର ମିଡ଼ିଆ)-ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ସଭାଗୃହରେ କାର୍ଯ୍ୟ ନିବାହି ଅଧିକାରୀ ଦିବ୍ୟ ଲୋଚନ ବେହେରାଙ୍କ ସଭାପତିତ୍ବରେ ମହିଳା ସଶକ୍ତି କରଣ ବିଷୟରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାର କିଭଳି ଭାବରେ ମହିଳାମାନେ କିଭଳି ଆହୁରି ସଶକ୍ତ ହୋଇପାରିବେ ସବୁ ଯୋଜନା ବିଷୟରେ ଜାଣି ସେ ଯୋଜନାରେ ସଫଳ ହୋଇ ପାରିବେ ସେବିଷୟରେ ଆଲୋଚନା କରିଥିଲେ,ମୁଖ୍ୟ ଅତିଥି ଭାବରେ ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ଵର ସିଂହ ଯୋଗଦେଇ ଥିବାବେଳେ ସମ୍ମନିତ ଅତିଥି ଭାବରେ ଆଇ ସି ଡ଼ିସ ସୁପର ଭାଇଜର ଜାନକୀ ଭୋଇ ଯୋଗ ଦେଇଥିଲେ ଅନ୍ୟ ଅତିଥି ଭାବରେ ଆଦିତ୍ୟ ମେହେରଙ୍କ ସମେତ ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶା କର୍ମୀ, ଏମ ବି କେ, ସି ଆର ପି ଗ୍ରାମପଞ୍ଚାୟତ ଅଧୀନରେ ଥିବା ବାଇସିଟି ଗ୍ରାମର ମହିଳା ମାନେ ସଭାରେ ଯୋଗ ଦେଇଥିଲେ

Recent Comments

Leave Comments

Top