ପିପିଲି/୫/୩/୨୦୨୫/( ଆଧାର ମିଡ଼ିଆ ) ପୁରୀ ଜିଲ୍ଲା ପିପିଲି ବ୍ଲକର ୨୫ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମହିଳା ଶିଶୁ ବିକାଶ ଦ୍ୱାରା ସୁଭଦ୍ରା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି. ବିଶେଷ କରି ସରସ୍ବତୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସିଲି ଯେନା. ଶିଶୁ ବିକାଶ କାର୍ଯ୍ୟାଳୟର ପରିଦର୍ଶିକା ରଶ୍ମିତା ମହାନ୍ତିଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀ ଏସଏଚଜି ମହିଳା କିଶୋରୀ ବାଳିକା ମାନେ ସାମିଲି ହୋଇ ଏକ ଶୋଭାଯାତ୍ରା କରିଥିଲେ. ଏହି ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମୀ ବିମଳା ପ୍ରଧାନ.ମନୋରମା ଖଟେଇ.ବନିତା ପ୍ରଧାନ.ପ୍ରତିମା ସ୍ୱାଇଁ ମାନେ ଏକ ସ୍ୱତନ୍ତ୍ର ଗ୍ରାମସଭା କରି ସୁଭଦ୍ରା ଯୋଜନା ନାରୀ ସଶକ୍ତି କରଣ ବାଲ୍ୟ ବିଭାହକୁ ବନ୍ଦକରିବା.ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ବାର୍ତ୍ତା ଉପରେ ମହିଳା ପରିଦର୍ଶିକା ଶ୍ରୀମତୀ ମହାନ୍ତି ବକ୍ତବ୍ୟ ପ୍ରଦାନ କରି ସଚେତନତା କରିଥିଲେ.ଏହି ଶୋଭାଯାତ୍ରାରେ ଉକ୍ତ ପଞ୍ଚାୟତର ଶତାଧିକ ମହିଳା ଓ ଯୁବତୀ ମାନେ ସାମିଲି ହୋଇଥିଲେ.
Recent Comments