logo
add image
ଆମଗାଁ ମହୋତ୍ସବ ୨୦୨୫ ଉଦଘାଟିତ ।

ଆମଗାଁ ମହୋତ୍ସବ ୨୦୨୫ ଉଦଘାଟିତ ।

ବେଗୁନିଆ/ଖୋର୍ଦ୍ଧା/୦୫/୦୩/୨୦୨୫/ (ଆଧାର ମିଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଞ୍ଚାୟର ମଲିପଦର ଗାଁରେ ବହୁ ବର୍ଷଧରି ଆରମ୍ଭ ହେଉଥିବା ଆମ ଗାଁ ମହୋତ୍ସବ ୨୦୨୫ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହୋତ୍ସବର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ , ଆଧୁନିକ ନୃତ୍ୟ , ସମ୍ବଲପୁରୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସଂସ୍କୃତିକୁ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ବକ୍ତା , ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ ,କଣ୍ଟାବାଡ଼ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ,ସମିତି ସଭ୍ୟା ମାମା ନାୟକ ,ପୁର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ବେହେରା ,ପୁର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବ କମିଟିର ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିଲେ।
 ଏହି କାର୍ଯ୍ୟକ୍ରମରେ  ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସମାଜ ଦୈନିକ ଖବର କାଗଜର ଏଡ଼ିଟର ପ୍ରସନ୍ନ କୁମାର ସ୍ବାଇଁ , ନୃତ୍ୟ ଗୁରୁ ଦାମୋଦର ମାଟି , ଅଞ୍ଜଳି ରାଣୀ ସେଠୀ , ବିଚକ୍ଷଣ ବୁଦ୍ଧିରେ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍  ୪ବର୍ଷ ବୟସର କୁନି ଛୋଟ ଝିଅ କୁଲସନ୍ , ଉପସ୍ଥାପକ ସନ୍ଦିପ୍ତ  ପଟ୍ଟନାୟକ , ନୃତ୍ୟାଙ୍ଗନା ପ୍ରlକ୍ଷିମା ପରିଡା , ସ୍ଲିପି ପ୍ରଶାନ୍ତ କୁମାର ପ୍ରଧାନ , ବାଘମାରି ଗ୍ରାମର କୁନି ପାଲା ପରିବେଷଣ ଗୋଷ୍ଟି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Recent Comments

Leave Comments

Top