ସିନାପାଲି/ନୂଆପଡ଼ା/୦୫/୦୩/୨୫/ (ଆଧାର ମିଡ଼ିଆ/ରିପୋର୍ଟ-ହେରାମ୍ବ ମେହେର )-ନୂଆପଡ଼ା ଜିଲ୍ଲାର ଅନ୍ଯତମ ସାଂସ୍କୃତିକ ପରିଚୟ ହେଉଛି ସିନାପାଲି ଉଦନ୍ତୀ ମହୋତ୍ସବ l ଏହି ଉଦନ୍ତୀ ମହୋତ୍ସବ ୨୦୨୫ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି .ଏ ନେଇ ସିନାପାଲି ପଞ୍ଚାୟତ ସମିତି ପରିସରରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ନୀଳମଣି ମେହେରଙ୍କ ଅଧ୍ଯକ୍ଷତାରେ ମହୋତ୍ସବ ଆୟୋଜକ କମିଟି ଗଠନ କରାଯିବା ସହ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମହାଆଡ଼ମ୍ଭରରେ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି ଲ
ଚଳିତବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ବୈଷ୍ଣବ ମେହେର, ଉପସଭାପତି ଭାବରେ ଅଜିତ ଯୋଷୀ, ତ୍ରିନାଥ ମେହେର, ରଜନୀ ମାଝୀ, ସଂପାଦକ ପ୍ରିୟରଞ୍ଜନ ମେହେର, ସହସଂପାଦକ ବଂଶୀଧର ଜଗତ, ମନୋରଂଜନ ମେହେର, ସୂରଜ ମେହେର ଓ କୋଷାଧ୍ୟକ୍ଷ ଭାବରେ ଦିବ୍ଯରଂଜନ ନାଏକଙ୍କୁ ସର୍ବସମ୍ମତିରେ ମନୋନୀତ କରାଯାଇଛି l ସେହିଭଲି କମିଟିର ଉପଦେଷ୍ଟା ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଖାଦିଅଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ୱରୁଧର ମେହେର, ଲିଙ୍ଗରାଜ ଘିଭେଲା, ତୁଳସୀରାମ ମେହେର, ରବୀନ୍ଦ୍ରନାଥ ଯୋଷୀ, ସୁବ୍ରତ ଠାକୁର, ନରହରି ମେହେର, ଗୋଦାବରୀଶ ନାଏକ, କୁମୁଦବନ୍ଧୁ ଯୋଷୀ ପ୍ରମୁଖ ରହିଛନ୍ତି l ପ୍ରକାଶ ଥାଉକି ସିନାପାଲି ଭଳି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ବିଗତ ଉଣେଇଶ ବର୍ଷ ହେଲା ଉଦନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି, ଯାହା ସ୍ଥାନୀୟ କଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଅଞ୍ଚଳ ତଥା ଅଞ୍ଚଳ ବାହାର ର କଳାକୁ ଜାଣିବାର ସୁଯୋଗ ସୃଷ୍ଟି କରିଛି l
Recent Comments